ସମ୍ବଲପୁର-ବଲାଙ୍ଗୀର ସେକ୍ସନରେ ବ୍ରିଜ୍ ପୁନଃ ନିର୍ମାଣ କାର୍ଯ୍ୟ ଯୋଗୁଁ ଟ୍ରେନ୍ ସେବା ସାମୟିକ ବାତିଲ ।

ଭୁବନେଶ୍ୱର, ୧୫ ମଇ, ୨୦୨୬:ସମ୍ବଲପୁର-ବଲାଙ୍ଗୀର ରୁଟ୍‌ର ହୀରାକୁଦ-ଗୋଡ଼ଭଗା ସେକ୍ସନରେ ବ୍ରିଜ୍ ନମ୍ବର ୮୦ର ପୁନଃ ନିର୍ମାଣ କାର୍ଯ୍ୟ ସମ୍ବନ୍ଧରେ, ୧୬ ମଇ, ୨୦୨୬ ରିଖରେ କେତେକ ପାସେଞ୍ଜର ଟ୍ରେନ୍ ସେବା ସାମୟିକ ଭାବେ ବାତିଲ ରହିବ।ନିମ୍ନଲିଖିତ ଟ୍ରେନ୍ ସେବାଗୁଡ଼ିକ ପ୍ରଭାବିତ ହେବ:ଟ୍ରେନ୍ ନମ୍ବର ୫୮୩୦୩/୫୮୩୦୪ ସମ୍ବଲପୁର–ଜୁନାଗଡ଼ ରୋଡ୍–ସମ୍ବଲପୁର ପାସେଞ୍ଜର।ଟ୍ରେନ୍ ନମ୍ବର ୫୮୨୧୩/୫୮୨୧୪ ବିଳାସପୁର –ଟିଟିଲାଗଡ଼– ବିଳାସପୁର ପାସେଞ୍ଜର।ଟ୍ରେନ୍ ନମ୍ବର ୫୮୨୧୭/୫୮୨୧୮: ଟିଟିଲାଗଡ଼–ରାୟପୁର–ଟିଟିଲାଗଡ଼ ପାସେଞ୍ଜର।ଯାତ୍ରୀମାନଙ୍କୁ ଉପରୋକ୍ତ ପରିବର୍ତ୍ତନଗୁଡ଼ିକୁ ଧ୍ୟାନରେ ରଖି ସେମାନଙ୍କ ଯାତ୍ରାର ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି। ଟ୍ରେନ୍ ସମ୍ବନ୍ଧୀୟ ଅଦ୍ୟତନ ସୂଚନା ପାଇଁ, ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ NTES କିମ୍ବା ସରକାରୀ ରେଳ ଅନୁସନ୍ଧାନ ସେବାର ସହାୟତା ନେଇପାରିବେ।

Leave a Reply

Your email address will not be published. Required fields are marked *