ପାଣିଭରା ନଇ ରେ ଶବକୁ ବୋହି ମଶାଣି କୁ ନେଲେ ଗେରୁପଡ଼ା ଗ୍ରାମବାସୀ

ପାଣିଭରା ନଇ ରେ ଶବକୁ ବୋହି ମଶାଣି କୁ ନେଲେ ଗେରୁପଡ଼ା ଗ୍ରାମବାସୀ l

ଫିରିଙ୍ଗିଆ,କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡ଼ା ପଞ୍ଚାୟତର ଗେରୁପଡ଼ା ଗାଁରୁ ଗାଧୁଆ ତୋଠ ଦେଇ ବଳରାମପୁର ଗାଁକୁ ଯାଇଥିବା ରାସ୍ତାର ନାଳରେ ପୋଲ ନିର୍ମାଣ ହୋଇନଥିବାରୁ ଅଞ୍ଚଳ ବାସୀ ଯାତାୟତ ପାଇଁ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଦୀର୍ଘ ବର୍ଷ ହେବ ଏହି ନାଳରେ ପୋଲ ନିର୍ମାଣ ଏବଂ ରାସ୍ତା ନିର୍ମାଣ ପାଇଁ ଦାବୀ କରିଆସୁଥିଲେ ଗେରୁପଡା ଗ୍ରାମ ସମେତ ବଳରାମପୁର ,ଗଞ୍ଜୁପଙ୍ଗା ଏବଂ ଆଖପାଖ ଅଞ୍ଚଳ ଗ୍ରାମବାସୀ ।

ତେବେ ବ୍ଲକ ପ୍ରଶାସନ ତରଫରୁ ଗେରୁପଡ଼ା ଗାଁ ନିକଟରେ ଅଳ୍ପ କିଛି ଗାର୍ଡୱାଲ କରି ଅଳ୍ପରାସ୍ତା ନିର୍ମାଣ କରାଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ନାଳପର୍ଯ୍ୟନ୍ତ ରାସ୍ତା କି ପୋଲ ନିର୍ମାଣ ହୋଇ ପାରିନଥିବାରୁ ଲୋକେ ଯାତାୟତ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଗେରୁପଡ଼ା ଠାରୁ ବଳରାମପୁର ,ଗଞ୍ଜୁପଙ୍ଗା ଏବଂ ଉର୍କିଆପଦରକୁ ଏହି ରାସ୍ତା ସଂଯୋଗ ହୋଇଥିବା ବେଳେ ଗେରୁପଡ଼ା ଗ୍ରାମବାସୀଙ୍କ ଏହି ନାଳ ଗାଧୁଆତୋଠ ଏବଂ ନାଳ ଆରପଟେ ଗାଁ ମଶାଣି ସହ ଚାଷ ଜମି ଏବଂ ନିତିଦିନିଆ ରାସ୍ତା ହୋଇଥିବାରୁ ରାସ୍ତା ଓ ପୋଲ ଏମାନଙ୍କ ପାଇଁ ମୁଖ୍ୟ ସମସ୍ୟା ପାଲଟିଛି l ଦୀର୍ଘ ଦିନରୁ ଗେରୁପଡ଼ା ଗ୍ରାମ ବାସୀ ଏହି ରାସ୍ତାରେ ଯାତାୟତ କରୁଛନ୍ତି, କିନ୍ତୁ ବର୍ଷାଦିନ ହେଲେ ଏମାନଙ୍କ ପାଇଁ ନାଳ ଯାତାୟତ ର ମୁଖ୍ୟ ସମସ୍ୟା ହେଉଛି l କାହିଁ କେଉଁ କାଳରୁ ଗାଁରେ ମୃତାହତ ହେଲେ ମଶାଣି ଯିବାକୁ ହେଲେ ଏହି ନାଳ ଦେଇ ଯିବାକୁ ପଡୁଥିବା ବେଳେ ବହୁତ ଥର ଭରା ନାଳରେ ବିପଦ ପୂର୍ଣ୍ଣ ଭାବରେ ଶବକୁ କାନ୍ଧରେ ବୋହି ଆରପଟକୁ ନେଇଁ ମଶାଣି ରେ ଶବଦାହ କରୁଥିବାବେଳେ ପୁଣିଥରେ ଗେରୁପଡା ଗାଁରେ ଜଣେ ମହିଳାଙ୍କ ମୃତ୍ୟୁ ହେବାରୁ ଗ୍ରାମ ବାସୀ ଓ ଏହି ଭରା ନାଳରେ ଶବକୁ କାନ୍ଧରେ ବୋହି ବିପଦ ପୂର୍ଣ୍ଣ ଭାବରେ ଆରପଟକୁ ଯାଇ ମଶାଣିରେ ଶବଦାହ କରୁଥିବା ଦେଖିବାକୁ ମିଳିଛି l ବାରମ୍ବାର ପ୍ରଶାସନ ଆଗରେ ଗ୍ରାମ ତରଫରୁ ଦାବୀ କଲା ସତ୍ୱେ ଏହି ରାସ୍ତା ଓ ପୋଲ ନିର୍ମାଣ ହେଉନଥିବାରୁ ଗେରୁପଡ଼ା ଗାଁ ସମେତ ପଞ୍ଚାୟତରେ ଅସନ୍ତୋଷ ଦେଖା ଦେଇଛି l ତୁରନ୍ତ ଏହି ରାସ୍ତା ଓ ପୋଲ ନିର୍ମାଣ କରିବାକୁ ଭ୍ରମର ବର ନାୟକ, କିଚକ ନାୟକ, ବିଶ୍ରବା ନାୟକ, ପ୍ରଦୀପ ନାୟକ, ବିଲା ନାୟକ , ବାଇଧନ ସାହୁ, ସୁରେଶ ପ୍ରଧାନ, ମେହେର ପ୍ରଧାନ, ଅର୍ଜୁନ ବେହେରା , ପଞ୍ଚୁ ବେହେରା , ସଞ୍ଜୟ କୁମାର ସାହୁ ସହ ଗେରୁପଡ଼ା ଗ୍ରାମ ବାସୀ ଦାବୀ କରିଛନ୍ତି l

Leave a Reply

Your email address will not be published. Required fields are marked *