ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଅବସରରେ “ପ୍ରେସ୍ କ୍ଲବ “ପକ୍ଷରୁ “ମା’ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ
ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଅବସରରେ “ପ୍ରେସ୍ କ୍ଲବ “ପକ୍ଷରୁ “ମା’ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ lଜଟଣୀ :-୦୨/୦୯-ପ୍ରେସକ୍ଲବ ପକ୍ଷରୁ ଗାନ୍ଧିଜୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଅବସରରେ ସ୍ଥାନୀୟ ବଅଙ୍ଗ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ “ମା”ପାଇଁ ଗଛଟିଏ ପରିପ୍ରେକ୍ଷୀରେ “ବୃକ୍ଷରୋପଣ”କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ପ୍ରେସ୍ କ୍ଲବର ସମସ୍ତ ସଦସ୍ୟ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା ବଉଳ, ଜାମୁ, ପିସ୍ତା ବାଦାମ ଭଳି ଗଛ ଚାରା ରୋପଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ଅବସରରେ ବିଦ୍ୟାଳୟରେ ଅଧ୍ୟୟନ ରତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ବକୃତା, ନୃତ୍ୟ ଏବଂ କବିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏଥିରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଵାଲା ନିଧି ସାହୁ, ସହାୟିକା ଶିକ୍ଷୟିତ୍ରୀ ସୁଜାତା ସେଠି, ମମତା ପାତ୍ର, ସଂଯୁକ୍ତା ମହାପାତ୍ର ଏବଂ ପ୍ରେସ୍ କ୍ଲବର ଉପଦେଷ୍ଟା ହେମନ୍ତ କୁମାର ସୁନ୍ଦରାୟ, ସଭାପତି ରଙ୍ଗନାଥ ବେହେରା, ସମ୍ପାଦକ ସୁରେଶ ମହାରଣା,ସାମ୍ବାଦିକ ଧିରେନ ପ୍ରତିହାରୀ, ନାଗେଶ୍ୱର ରାଓ, ସଂଜୀବ ସେଠ, ନୀଳାମ୍ବର ମିଶ୍ର,ସାମ୍ବାଦିକା ଶ୍ରଦ୍ଧାଞ୍ଜଳି ମହାରଣା ପ୍ରମ୍ମୁଖ ଉପସ୍ଥିତିରେ କୃତିତ୍ୱ ପ୍ରମାଣ ପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା l ପ୍ରେସ କ୍ଲବର ସଭାପତି ଛୋଟ ଛୋଟ ଛାତ୍ରଛାତ୍ରୀ ମାନଙ୍କୁ ଗାନ୍ଧିଜୀଙ୍କ ଜୀବନୀ ତଥା ପରିବେଶ ସୁରକ୍ଷା ପାଇଁ ବୃକ୍ଷର ମହତ୍ୱ ସମ୍ପର୍କରେ ପ୍ରାଞ୍ଜଳ ଭାବେ ବୁଝାଇ ଥିଲେ l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିଶୁ ମାନଙ୍କର ଉଜ୍ବଳ ଭବିଷ୍ୟତ କାମନା କରି ଗାନ୍ଧିଜୀଙ୍କ ଜୀବନୀ ଉପରେ ଆଲୋକ ପାତ କରିଥିଲେ l କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ସ୍ଥାନୀୟ ସମାଜସେବୀ ସଂଘଠନ “ସମ୍ଭାବନା ପରିବାର “ଏବଂ “ସୁରଭି’ସାମାଜିକ ଅନୁଷ୍ଠାନ ସହଯୋଗର ହାତ ବଢ଼ାଇଥିଲେ l ବିଶେଷ କରି ସମ୍ଭାବନା ପରିବାରର ସମ୍ପାଦକ ତଥା ସାମ୍ବାଦିକ ଦେବ ପ୍ରସାଦ ଦାଶ, କାର୍ଯ୍ୟକାରୀ ସମ୍ପାଦକ ସଞ୍ଜୟ କୁମାର ବରିଷଲ ଏବଂ ସୁରଭି ସମାଜିକ ଅନୁଷ୍ଠାନର ସଭାପତି ପ୍ରଜ୍ଞା ପରମିତା ବାରିକ, ସମ୍ପାଦକ ଶ୍ରୀୟା ସୁଲୋଚନା ବରିଷଲ ପ୍ରମ୍ମୁଖ ସହଯୋଗରେ କାର୍ଯ୍ୟକ୍ରମ ଟି ସୁରୁଖୁରୁରେ ସମାପନ ହୋଇଥିଲା l
