ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ, ଖୋର୍ଦ୍ଧା ରେ କାର୍ଯ୍ୟ ରତ ଟୁନା ନାୟକ ଚାକିରି ରୁ ଅବସର ଗ୍ରହଣ କରିଛନ୍ତି
. ଆଜି ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ, ଖୋର୍ଦ୍ଧା ରେ କାର୍ଯ୍ୟ ରତ ରାତ୍ର ଜଗୁଆଳ ,ଟୁନା ନାୟକ ଚାକିରି ରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ଜ୍ୟୋତ୍ସ୍ନା ମୟୀ ଆଚାର୍ଯ୍ୟ,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ଖୋର୍ଦ୍ଧା / ଜିତେନ୍ଦ୍ରିୟ ଜେନା,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ,ଭୂବନେଶ୍ବର / ଚୋୖଧୁରୀ ଅରବିନ୍ଦ ଦାସ,ଜିଲ୍ଲା ସଂସ୍କୃତି ଅଧିକାରୀ, ଖୋର୍ଦ୍ଧା/ ରଘୁନାଥ ସେଠି,ଅବସରପ୍ରାପ୍ତ,ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ, ପୁରୀ /କବିରାଜ ପ୍ରଧାନ, ଜିଲ୍ଲା କଳା ସଂସ୍କୃତି ସଂଘ,ଉପ-ସଭାପତି, ଦେଵରାଜ ମହାରଣା, ପୁର୍ବତନ ଡ୍ରାଇଭର/କାର୍ଯ୍ୟାଳୟ ର ରବି ନାରାୟଣ ପଟ୍ଟନାୟକ, ସିନିଅର ଆସିଷ୍ଟାଣ୍ଟ/ମନୋଜ କୁମାର ନନ୍ଦି/ଏବଂ ଅନ୍ୟ କର୍ମଚାରୀ ଙ୍କ ଉପସ୍ଥିତି ରେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ତାଙ୍କୁ ଏକ ବନ୍ଧେଇ ହୋଇଥିବା ମାନପତ୍ର ସହ ପ୍ୟାଣ୍ଟ୍,ସାର୍ଟ,ଶାଲ୍,ଚପଲ ଉତ୍ତରୀୟ ଇତ୍ୟାଦି ପ୍ରଦାନ କରାଯାଇଥିଲା। ଉପସ୍ଥିତ ଅଧିକାରୀ ଏବଂ କର୍ମଚାରୀ ମାନେ ସେମାନଙ୍କ ଅଭିବ୍ୟକ୍ତିପ୍ରଦାନ କରିବା ସହ ତାଙ୍କର ସୁସ୍ଥ, ନିରାମୟ ଦୀର୍ଘ ଜୀବନ କାମନା କରିଥିଲେ । ଏହି କାର୍ଯ୍ୟାଳୟ ରେ ପାଠାଗାର ଖୋଲିବା ଏବଂ ରାତ୍ରିରେ ଅଫିସ ରେ ରହିବା କାର୍ଯ୍ୟ କରୁଥିବା ରୁ ତାଙ୍କର ଅବସରରେ ସୂଚନା କେନ୍ଦ୍ର ରେ ପାଠକ / ପାଠିକା ମହଲରେ ଚିନ୍ତା ବ୍ୟକ୍ତ କରୁଥିଲେ।
