ପୁରୀ ପୋଲିସ ସହାୟତାରେ ଦୁଇଟି ନିଖୋଜ ନାବାଳିକା ସଫଳତା ସହିତ ଉଦ୍ଧାର
ଚନ୍ଦନପୁର ଥାନାରେ ରୁଜୁ ହୋଇଥିବା Case No. 148/2026 ଓ Case No. 152/2026 ସମ୍ବନ୍ଧୀୟ ଦୁଇଟି ନିଖୋଜ ନାବାଳିକା ଝିଅଙ୍କୁ ପୁଲିସ ସଫଳତାର ସହିତ ଉଦ୍ଧାର କରିଛି।କେଶ ନ.148/2026 ରେ ଅଭିଯୋଗକାରୀ ଶ୍ରୀମତୀ ସାଖୀମଣି ଭୋଳ, ସ୍ୱାମୀ- ବିଶ୍ୱନାଥ ଭୋଳ, ଗ୍ରାମ- ଆରେଇପଡା, ଥାନା- ଚନ୍ଦନପୁର, ଜିଲ୍ଲା- ପୁରୀଙ୍କ ନାବାଳିକା କନ୍ୟାଙ୍କୁ ପୁରୀରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।ସେହିପରି କେଶ ନ. 152/2026 ରେ ଅଭିଯୋଗକାରୀ ଶ୍ରୀମତୀ ସଙ୍କୁତଳା ମଲ୍ଲିକ, ସ୍ୱାମୀ- ବିଷ୍ଣୁପ୍ରସାଦ ମଲ୍ଲିକ, ଗ୍ରାମ- ଦେଉଳପଡା, ଥାନା- ଚନ୍ଦନପୁର, ଜିଲ୍ଲା- ପୁରୀଙ୍କ ନାବାଳିକା କନ୍ୟାଙ୍କୁ ସମ୍ବଲପୁରରୁ ସୁରକ୍ଷିତ ଭାବେ

ଉଦ୍ଧାର କରାଯାଇଛି। ଚନ୍ଦନପୁର ପୁଲିସଙ୍କ ତତ୍ପରତା ଓ ଦ୍ରୁତ କାର୍ଯ୍ୟାନୁଷ୍ଠାନ ଫଳରେ ଉଭୟ ନାବାଳିକାଙ୍କୁ ସୁରକ୍ଷିତ ଭାବେ ଠାବ କରାଯାଇ ତାଙ୍କ ପରିବାର ସଦସ୍ୟଙ୍କ ସହିତ ପୁନର୍ମିଳନ କରାଯାଇଛି। ପୁରୀ ପୁଲିସ ସାଧାରଣ ଲୋକଙ୍କ ସୁରକ୍ଷା ଓ ସହାୟତା ପ୍ରତି ସଦା ସଚେତନ ଏବଂ ପ୍ରତିବଦ୍ଧ।
