ଶୁଭ ଉଦଘାଟନ ହେଲା ଉମରକୋଟ ପ୍ରିମିଅର ଲିଗ

ଆରମ୍ଭ ହୋଇ ଯାଇଛି ଉମରକୋଟ ପ୍ରିମିଅର ଲିଗ UPL ର ୭ମ ସଂସ୍କରଣ। ଏହି ଉଦ୍ଘାଟନୀ ଉତ୍ସବ ରେ ନବରଙ୍ଗପୁର ର ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ, ସାଂସଦ ପ୍ରତିନିଧି ରାମ ନାୟକ, ରାଇଘର ବ୍ଲକ ଅଧକ୍ଷ ଗୁପ୍ତ ପ୍ରସାଦ ଝାଙ୍କର, ଉମରକୋଟ ମୁନିସିପାଲିଟି ଅଧକ୍ଷା ରାଧା ଭତ୍ରା, ବିଧାୟକ ପ୍ରତିନିଧି ଅଶୋକ ପାଢ଼ୀ, UPL ର ସଭାପତି ସୁଧାଂଶୁ ଦାସ, ଉପ ସଭାପତି ଚନ୍ଦନ ବେହେରା, ସମ୍ପାଦକ ଅଭିଳାଷ ପଟ୍ଟନାୟକ, କୋଷାଧକ୍ଷ ତପନ ପାତ୍ର, ମିଡ଼ିଆ ସଂଯୋଜକ ପ୍ରମୋଦ କୁମାର ରଥ, ପ୍ରୀତି ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଆଜିର ଉଦ୍ଘାଟନୀ ମ୍ୟାଚ ଷ୍ଟାର ୧୧ (ଛତିଶଗଡ) ଓ ବସ୍ତାମ୍ବା ୟୁନିଟ ଷ୍ଟାର ମଧ୍ୟରେ ହୋଇଥିଲା। ଟସ ଜିତି ବସ୍ତାମ୍ବା ୟୁନିଟ ଷ୍ଟାର ପ୍ରଥମେ ବ୍ୟାଟିଂ କରି ୧୫ ଓଭର ରେ ୫ ୱ୍ୱିକେଟ ହରାଇ ୧୩୬ ରନରେ CG 11 ଠାରୁ ପରାଜୟ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ ଧମତ୍ତ୍ୱରୀ ୧୧ କୋଣ୍ଡାଗାଁ ମଧ୍ୟରେ ୧୫ ଓଭରରେ ୧୫୩ ହାସଲ କରି ୪୪ ରନରେ ବିଜୟ ହାସଲ କରିଛନ୍ତି। ଏହି ପରି ୨୦ ଗୋଟି ଟିମ ଭାଗ ନେଇଥିବା ସୂଚନା ମିଳିଛି। ଏହି ମ୍ୟାଚ ରେ ପ୍ରଥମ ବିଜୟୀ ଙ୍କୁ ୧, ୧୧, ୧୧୧/- , ରନର ଉପ ଙ୍କୁ ୮୮, ୮୮୮/- ଓ ମ୍ୟାନ ଅଫ the ସିରିଜ କୁ ୧୫, ୧୫୧/- ର ଅର୍ଥ ରାଶିର ପୁରସ୍କାର ରଖାଯାଇଛି।

Leave a Reply

Your email address will not be published. Required fields are marked *