କଂଗ୍ରେସ ନେତା ହିମାଂଶୁ ମାଲିକଙ୍କ ନିଆରା ପ୍ରୟାସ

ଆଗକୁ ଆସୁଛି ସାଧାରଣ ନିର୍ବାଚନ । ଏବେ ଠାରୁ ଆରମ୍ଭ ହୋଇଛି ପ୍ରତିଯୋଗିତା । ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ର ପୂର୍ବତନ ଯୁବ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲ୍ଲୀକ ଏବେ ନିଆରା ପ୍ରଚାର ଆରମ୍ଭ କରି ଦେଇଛନ୍ତି । ନିର୍ବାଚନ ମଣ୍ଡଳୀ ର 61 ପଞ୍ଚାୟ8 61 ରାତ୍ରି ଯାପନ କରିବା ସହିତ ଘର ଘର ବୁଲି ମାତୃ ଆଶୀର୍ବାଦ ଲାଭ କରିଛନ୍ତି । ଏ ହେଉଛନ୍ତି ପୂର୍ବତନ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ର ଯୁବ କଂଗ୍ରେସ ବିଧାୟକ ପ୍ରାର୍ଥୀ ଇଂ ହିମାଂଶୁ ମଲ୍ଲୀକ । ଉଚ୍ଚ ଶିକ୍ଷା ସହିତ ଚାକିରୀ ଛାଡି ଜନ ସେବା କ୍ଷେତ୍ରରେ ନିଜକୁ ସମର୍ପିତ କରିଦେଇଛନ୍ତି ହିମାଂଶୁ । ତିର୍ତ୍ତୋଲ ଉପନିର୍ବାଚନ ରେ ସେ କଂଗ୍ରେସ ଦଳରୁ ଟିକେଟ ପାଇ ନିର୍ବାଚନ ଲଢ଼ିଥିଲେ । ହାରିବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ସେ ଲୋକଙ୍କ ସହିତ ଜଡିତ ରହି ଆସିଛନ୍ତି । ଆଗକୁ ସାଧାରଣ ନିର୍ବାଚନରେ ସେ ତିର୍ତ୍ତୋଲ ବିଧାୟକ ପ୍ରାର୍ଥୀ ହେବାକୁ ଆଶା ବାନ୍ଧିଥିବା ବେଳେ ଆରମ୍ଭ କରିଦେଇଛନ୍ତି କାର୍ଯ୍ୟକ୍ରମ । 61ଟି ପଂଚାୟତ ଥିବା ଏହି ନିର୍ବାଚନ ମଣ୍ଡଳୀ ରେ 61 ଦିନ ଓ ରାତିରେ ସେ ସାଧାରଣ ଲୋକଙ୍କ ସହିତ ଯୋଡି ହେଇ ରହିବା ସହିତ ମାତୃ ଆଶୀର୍ବାଦ ଭିକ୍ଷା କରୁଛନ୍ତି । ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ର ଉର୍ଣ୍ଣତି ତାଙ୍କର ପ୍ରଥମ ଲକ୍ଷ ବୋଲି କହିବା ସହିତ ନିଯୁକ୍ତି, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପର୍ଯ୍ୟଟନ, ପରିବେଶ ଓ ପରିମଳ ଉପରେ ସେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି । ଯୁବ ନେତା ହିମାଂଶୁ ଙ୍କ ସହିତ ବିଭିନ୍ନ ପଂଚାୟତ ବାସୀ ମାନେ ତାଙ୍କ ସହିତ ଘରକୁ ଘର ବୁଲି ମାଆ ମାନଙ୍କର ଆଶୀର୍ବାଦ ଲାଭ କରିଛନ୍ତି । ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ରେ ଅନେକ ସମସ୍ୟା ସମ୍ପର୍କରେ ସ୍ଥାନୀୟ ଜନସାଧାରଣ ଙ୍କ ସହିତ ଆଲୋଚନା କରୁଛନ୍ତି ହିମାଂଶୁ । ସୁତାକଳ ପ୍ରସଙ୍ଗ ଠାରୁ ଆରମ୍ଭ କରି ଶିକ୍ଷା, କୃଷି ଓ ନିଯୁକ୍ତି ଉପରେ ମଧ୍ୟ ଗ୍ରୁରୁତ୍ୱ ଦେଇଛନ୍ତି ହିମାଂଶୁ । ତାଙ୍କର ଏହି 61 ପଂଚାୟତ 61 ଦିନ ମାତୃ ଆଶୀର୍ବାଦ ଯାତ୍ରାରେ ବହୁ କଂଗ୍ରେସ ଦଳର ନେତା ଓ କର୍ମୀ ମାନେ ଓ ମହିଳା ମାନେ ସାମିଲ ହେବା ସହିତ ତୃଣମୂଳ ସ୍ତରରେ କଂଗ୍ରେସ କିପରି ସଂଗଠିତ ହୋଇ ରହିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଉଥିବାର କଂଗ୍ରେସ ନେତା ମାନେ କହିଛନ୍ତି । ଆଗାମୀ 2024 ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଯୁବ କଂଗ୍ରେସ ନେତା ହିମାଂଶୁ ମଲ୍ଲିକଙ୍କ ଏହି ମାତୃ ଆଶୀର୍ବାଦ ଯାତ୍ରା କୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିବା ବେଳେ କଂଗ୍ରେସ ନେତା ଓ କର୍ମୀମାନେ ବେଶ ଉତ୍ସାହିତ ଥିବା ଦେଖାଯାଇଛି ।

ଜଗତସିଂହପୁର ରୁ Rita ସାହୁ reporter

Leave a Reply

Your email address will not be published. Required fields are marked *