ରଚିଲା ତାଣ୍ଡବ ଅଦିନିଆ ବର୍ଷା ଓ କୁଆ ପଥର ମାଡ଼ରେ ବହୁ ଜନ ଜୀବନ ଅସ୍ତବ୍ୟସ୍ତ
ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଚଙ୍ଘରିଆ,ପଢେଲ,ବଂଝିଝାଲ, କେର୍ବେଡା ଭଳି ବହୁ ଗାଁ ଗୁଡ଼ିକ ରେ ଅଦିନିଆ ବର୍ଷା ଓ କୁଆ ପଥର ମାଡ଼ରେ ବହୁ ଲୋକଙ୍କ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି ।ଏମିତି କୁଆପଥର ବର୍ଷା ହେଲା ଯେପରିକି ମରୁଭୂମିରେ କାଶ୍ମୀର ର ଦୃଶ୍ୟ ଭଳି ଦିଶୁଥିଲା ।ତେବେ କିଛି ସମୟ ର ବ୍ୟବଧାନ ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଚିତ ପଦକ୍ଷେପ ଗ୍ରହଣ କରାଯାଇ ଥିବା ବେଳେ ଅଗ୍ନୀସମ ବିଭାଗ ପକ୍ଷରୁ ରାସ୍ତା ରେ ପଡ଼ିଥିବା ଗଛ ଗୁଡ଼ିକୁ ପ୍ରାୟ ତିନି ଘଣ୍ଟା ଧରି ଗଛ ଗୁଡ଼ିକୁ ହଟାଇ ଗମନା ଗମନ ର ସୁବିଧା କରାଯାଇ ଥିବା ବେଳେ ସ୍ଥାନୀୟ R I , ତହସିଲଦାର ଗାଁ ଗାଁ ଘର ଘର ବୁଲି କ୍ଷୟକ୍ଷତି ଅନୁମାନ କରି ଥିଲେ ତେବେ ଗାଁ ମାନଙ୍କର ଘର ସହିତ ବହୁ ଚାଷ ବାସ ମଧ୍ଯ କ୍ଷୟକ୍ଷତି ହୋଇଥିବା ବେଳେ ସ୍ଥାନୀୟ ଲୋକେ ସରକାର ପକ୍ଷ ରୁ ଉଚିତ ପଦକ୍ଷେପ ଗ୍ରହଣ କରି ସରକାରୀ ସହାୟତା ପାଇବା ପାଇଁ ଦାବି କରିଛନ୍ତି ।
