ରଥଯାତ୍ରା ପାଇଁ ରାସ୍ତଘାଟ ଓ ପରିମଳ ବ୍ୟବସ୍ଥା ଉପରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ସମୀକ୍ଷା

ପୁରୀ,୨୧/୫-ସର୍କିଟ୍ ହାଉସଠାରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପୁରୀ ସହରର ରାସ୍ତାଘାଟ ଓ ପରିମଳ ବ୍ୟବସ୍ଥା ଉପରେ ରଥଯାତ୍ରା ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ, ଏସପି ବିନୀତ ଅଗ୍ରୱଲା ଓ ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ଯୋଗ ଦେଇଥିଲେ । ମନ୍ତ୍ରୀ ପୌର ଅଧିକାରୀଙ୍କୁ ପରିମଳ ବ୍ୟବସ୍ଥା ଉପରେ ତାଗିଦ କରିଥିଲେ । ପରିମଳ ପାଇଁ ୧୪ଟି ଅସ୍ଥାୟୀ ଷ୍ଟଲ୍‌ ଖୋଲାଯିବ। ଏଥିରେ ୧୦୬ ଜଣବ୍ୟକ୍ତି କାର୍ଯ୍ୟ କରିବେ । ୩୦ ତାରିଖ ସୁଦ୍ଧା ବଡଦାଣ୍ଡର ଡ୍ରେନ ଓ ସ୍ଲାପ କାର୍ଯ୍ୟ ଶେଷ ହେବ ।

ରଥଯାତ୍ରୀଙ୍କ ପାଇଁ ୧୪ଟି ଗାଡି ପାର୍କିଂ ସ୍ଥାନ ନିରୂପଣ ହୋଇଛି । ସହରର ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲାଯିବ । ମୋବାଇଲ ଟଏଲେଟ ରଖାଯିବ । ବଡଦାଣ୍ଡରେ କୌଣସି କ୍ଯାବିନ ରଖାଯିବ ନାହିଁ । ସହରର ସାହି ଗଳିକନ୍ଦିରେ ଷ୍ଟ୍ରିଟ ଲାଇଟ ଜଳିବ । ଡ୍ରିମ ଫର ଟ୍ଯାପ ଗୁଡିକ ସଜଡା ଯିବ । ବୈଠକରେ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ବିନୟ କୁମାର ଦାଶ, ପୁରୀ ପୌର ଅଧିକାରୀ ଅଭିମନ୍ୟୁ ବେହେରା, ପୁରୀ ଆରଟିଓ , ୱାଟୋକୋ ଜିଏମ, ପ୍ରୋଗ୍ରାମ ଅଫିସର ରେଶମା ମହାନ୍ତି, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ କୁମାର ସେନାପତିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *