ସତର୍କତା ସଚେତନତା ସପ୍ତାହ–୨୦୨୬
ସତର୍କତା ସଚେତନତା ସପ୍ତାହ–୨୦୨୬ ଅବସରରେ ପୁରୀ ଜିଲ୍ଲା ପୋଲିସର ଶପଥ ପାଠପୁରୀ, ୨୬ ଅକ୍ଟୋବର ୨୦୨୬ସତର୍କତା ସଚେତନତା ସପ୍ତାହ–୨୦୨୬ ପାଳନ ଅବସରରେ ପୁରୀ ଜିଲ୍ଲା ପୋଲିସ କାର୍ଯ୍ୟାଳୟ (ଏସ୍ପି ଅଫିସ୍) ସମେତ ଜିଲ୍ଲାର ବିଭିନ୍ନ ଥାନାରେ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଦୁର୍ନୀତି ବିରୋଧୀ ଶପଥ ଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ସରକାରୀ ସେବାରେ ସଚ୍ଚୋଟତା, ନୈତିକତା ଓ ସ୍ୱଚ୍ଛତାକୁ ସୁଦୃଢ଼ କରିବା ସହ ଦୁର୍ନୀତିମୁକ୍ତ କାର୍ଯ୍ୟସଂସ୍କୃତିକୁ ପ୍ରୋତ୍ସାହିତ କରିବା। ଶପଥ ଗ୍ରହଣ ସମୟରେ ସମସ୍ତେ ନିଜ ଦାୟିତ୍ୱ ନିଷ୍ଠାର ସହ ତୁଲାଇବା, ସରକାରୀ କାର୍ଯ୍ୟରେ ନିରପେକ୍ଷତା ଅବଲମ୍ବନ କରିବା ଏବଂ ଅନୈତିକ କାର୍ଯ୍ୟକଳାପରୁ ଦୂରେଇ ରହିବା ପାଇଁ ସଂକଳ୍ପ ନେଇଥିଲେ।ଏକ ସୁସ୍ଥ ଓ ଉତ୍ତରଦାୟୀ ପ୍ରଶାସନିକ ବ୍ୟବସ୍ଥା ଗଠନରେ ପ୍ରତ୍ୟେକ କର୍ମଚାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେଣୁ ଜନସାଧାରଣଙ୍କ ଆସ୍ଥା ବଜାୟ ରଖିବା ସହ ଆଇନସମ୍ମତ, ନିରପେକ୍ଷ ଓ ଦାୟିତ୍ୱବାନ ପୋଲିସ ସେବା ପ୍ରଦାନ ଦିଗରେ ପୁରୀ ଜିଲ୍ଲା ପୋଲିସ ନିଜର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଛି।ପୁରୀ ଜିଲ୍ଲା ପୋଲିସ l
