ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷାଙ୍କ ବ୍ରହ୍ମପୁର ଗସ୍ତ

ଗଞ୍ଜାମ ବାସୀଙ୍କ ଅପୂର୍ବ ଭଲ ପାଇବା ଯୋଗୁଁ ୨୦୨୪ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ଅପୂର୍ବ ସଫଳତା ମିଳିଥିଲା । ଗଞ୍ଜାମ ଜିଲ୍ଲାର ୧୩ ଟି ବିଧାନସଭା ଆସନରୁ ୧୧ ଟି ବିଧାନସଭା ଆସନରେ ବିଜେପିର ବିଧାୟକଙ୍କ ସମେତ ଜିଲ୍ଲାର ଦୁଇଟି ଲୋକସଭା କ୍ଷେତ୍ରରେ ମଧ୍ୟ ଦୁଇ ଜଣ ସାଂସଦ ବିଜୟୀ ହେଇଛନ୍ତି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସବକା ସାଥ୍ ସବକା ବିକାଶ ସବକା ବିଶ୍ୱାସ ଏବଂ ସବକା ପ୍ରୟାସ ଏହି ଗୁରୁମନ୍ତ୍ରକୁ ଗଞ୍ଜାମ ବାସୀଙ୍କ ବିଶ୍ୱାସ ଓ ଭଲପାଇବା ଯୋଗୁଁ ଆଜି ଓଡ଼ିଶାରେ ବିଜେପି ସରକାର ଗଠନ ହେବାରେ ସହାୟକ ହୋଇପାରିଛି । ଏଣୁ କେନ୍ଦ୍ରୀୟ ଏବଂ ରାଜ୍ୟ ନେତୃତ୍ବ ଗଞ୍ଜାମ ବାସୀଙ୍କ ପ୍ରତି ଯଥେଷ୍ଟ ଗୁରୁତ୍ଵ ଦେଉଛନ୍ତି । କେନ୍ଦ୍ରୀୟ ଏବଂ ରାଜ୍ୟ ନେତୃବୃନ୍ଦଙ୍କ ଘନ ଘନ ଗଞ୍ଜାମ ଗସ୍ତରୁ ଏହା ସ୍ପଷ୍ଟ ଜଣାପଡ଼ୁଛି । ସେପ୍ଟେମ୍ବର ୧୭ ରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଅବସରରେ ଦଳ ପକ୍ଷରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ପନ୍ଦର ଦିନ ଧରି ସେବା ପକ୍ଷ ପାଳନ କରାଯାଇଥିଲା । ସେବା ପକ୍ଷର ଅନ୍ତିମ ଦିବସ ଗାନ୍ଧୀ ଜୟନ୍ତୀ ଅବସରରେ କୋଏମ୍ୱାଟୁର୍ ବିଧାୟିକା ତଥା ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ଶ୍ରୀମତୀ ଭି. ଶ୍ରୀନିଭାସନ୍ ଗଞ୍ଜାମ ବାସୀଙ୍କ ସହ ସ୍ଵଚ୍ଛତା ଏବଂ ସଦସ୍ୟତା ଅଭିଯାନରେ ଯୋଗ ଦେବା ପାଇଁ ବ୍ରହ୍ମପୁର ଆସିଥିଲେ । ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସକାଳେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ବ୍ରହ୍ମପୁର ଗାନ୍ଧୀନଗର ଛକ ସ୍ଥିତ ଗାନ୍ଧୀ ପ୍ରତିମୁର୍ତ୍ତିରେ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ଭି. ଶ୍ରୀନିଭାସନଙ୍କ ସମେତ ରାଜ୍ୟ ମହିଳା ମୋର୍ଚ୍ଚାର ବହୁ ପଦାଧିକାରୀ ମାଲ୍ୟାର୍ପଣ କରିବା ସହ ସ୍ୱଚ୍ଛ ଭାରତ ଅଭିଯାନରେ ଯୋଗ ଦେଇଥିଲେ । ଏହା ପରେ ଷ୍ଟେସନ ରୋଡ଼ ସ୍ଥିତ ସ୍ପେସଲ୍ ସର୍କିଟ ହାଉସ୍ ଠାରେ ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ରଙ୍କ ସଂଯୋଜନାରେ ଦକ୍ଷିଣ ଓଡ଼ିଶାର

ଗଞ୍ଜାମ,ଗଜପତି,ଘୁମୁସର,କନ୍ଧମାଳ,ରାୟଗଡ଼ା,କୋରାପୁଟ,ନବରଙ୍ଗପୁର,ମାଲକାନଗିରି ୮ଟି ଜିଲ୍ଲାକୁ ନେଇ କ୍ଲଷ୍ଟର୍ ସ୍ତରୀୟ ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟତା ଅଭିଯାନର ସମୀକ୍ଷା ବୈଠକରେ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ଭି. ଶ୍ରୀନିଭାସନ୍ ଯୋଗ ଦେଇ ଓଡ଼ିଶାରେ ପାଞ୍ଚ ଲକ୍ଷ ମହିଳା ସଦସ୍ୟା ଲକ୍ଷ୍ୟ ରଖାଯାଇଛି ତାହା ବର୍ତ୍ତମାନ ସୁଦ୍ଧା ଦୁଇ ଲକ୍ଷ ଚାଳିଶି ହଜାରରେ ପହଞ୍ଚିଛି । ଏହି ସଦସ୍ୟତା ଅଭିଯାନକୁ ବୁଥ୍ ସ୍ତରରେ ଅଧିକ କ୍ରୀୟାଶିଳ କରିବାକୁ ରାଷ୍ଟ୍ରୀୟ ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀନିଭାସନ୍ ମହିଳା ମୋର୍ଚ୍ଚା ପଦାଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା ଦାସମୋତି ଛତର୍,ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ସୋସିଆଲ୍ ମିଡ଼ିଆ ସଂଯୋଜିକା ସୁଜାତା ପାଢ଼ୀ,ରାଜ୍ୟ ମହିଳା ମୋର୍ଚ୍ଚା ଉପ- ସଭାନେତ୍ରୀ ରଶ୍ମିମୟୀ ପଟ୍ଟନାୟକ,ମନିଷା ବେହେରା,ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ରଶ୍ମିରେଖା ଦାସ,ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ଇତିଶ୍ରୀ ଜେନା,ଗଞ୍ଜାମ ଜିଲ୍ଲା ମହିଳା ମୋର୍ଚ୍ଚା ପ୍ରଭାରୀ ସୁବାସିନୀ ବଳ,ବ୍ରହ୍ମପୁର ମହାନଗର କର୍ପୋରେଟର ସବିତା ସାହୁ,ସାବିତ୍ରୀ ନାୟକ,ବନିତା ସାହୁ,ଜିଲ୍ଲା ସମ୍ପାଦିକା ରତ୍ନଗର୍ଭା ସରସ୍ଵତୀ ଦେବୀ,ଏସ୍.ରାଣୀ,ନିବେଦିତା ପାଢ଼ୀ,ଉଷାରାଣୀ ମହାପାତ୍ର,ବର୍ଷା ବିଦ୍ୟୁସ୍ମିତା,ମଧୁସ୍ମିତା ଠାକୁର,ଲକ୍ଷ୍ମୀ ବେହେରାଙ୍କ ସମେତ ଜିଲ୍ଲା ମହିଳା ମୋର୍ଚ୍ଚାର ପଦାଧିକାରୀ ଉପସ୍ଥିତ ଥିଲେ । ଏହା ପରେ ଆଙ୍କୁଲି ସ୍ଥିତ ସ୍ମଶାନେଶ୍ୱର ମନ୍ଦିର ଠାରେ ଏସଏଚଜି ଗ୍ରୁପ୍ ସହିତ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ଭି. ଶ୍ରୀନିଭାସନ୍ ସଦସ୍ୟତା ଅଭିଯାନ ସହ ସୁଭଦ୍ରା ଯୋଜନା ଉପରେ ବିସ୍ତୃତ ଆଲୋଚନା କରିଥିଲେ । ପରେ ସ୍ଥାନୀୟ ବୟନିକା ଠାରେ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ଭି. ଶ୍ରୀନିଭାସନ୍ ଖଦୀ କିଣିବା ସହ ଜନସାଧାରଣଙ୍କୁ୍ ଖଦୀ କିଣିବା ପାଇଁ ଅନୁପ୍ରାଣିତ କରିଥିଲେ । ଏହା ପୂର୍ବରୁ ଆଜି ଭୋରରୁ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ଭି. ଶ୍ରୀନିଭାସନଙ୍କ ସମେତ କେନ୍ଦ୍ରୀୟ ଏବଂ ରାଜ୍ୟ ମହିଳା ମୋର୍ଚ୍ଚା ପଦାଧିକାରୀ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀଙ୍କ ଦର୍ଶନରେ ଯାଇଥିଲେ ।

Leave a Reply

Your email address will not be published. Required fields are marked *