ଭୋଟର ସଚେତନତା ଆଲୋଚନାଚକ୍ର



କାମାକ୍ଷାନଗର– ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ସଭାଗୃହ ଠାରେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁଙ୍କ ଅଧକ୍ଷତାରେ ଏକ ଭୋଟର ସଚେତନତା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟତ ଯେଉଁମାନେ ଭୋଟର ତାଲିକାରେ ସାମିଲ ହୋଈପାରି ନାହାଁନ୍ତି ସେମାନଙ୍କୁ କିପରି ଏପ୍ରକ୍ରିୟାରେ ସାମିଲ କରାଯିବ ସେ ବିଷୟରେ ଆଲୋଚନା ହୋଇଥିଲା। ଜାନୁଆରୀ ପହିଲା ସୁଦ୍ଧା ୧୮ ବର୍ଷ ହେଉଥିବା ବ୍ୟକ୍ତି ମାନେ ଭୋଟର ତାଲିକାରେ ସାମିଲ ହେବେ । ଯେଉଁମାନେ ଯୋଗ୍ୟ ଭୋଟର ହୋଇଥିବେ କିନ୍ତୁ ସେମାନଙ୍କର ନାଁ ଭୋଟର ଲିଷ୍ଟରେ ନଥିବ କିମ୍ବା ଯେଉଁ ମାନେ ଭୋଟର ଲିଷ୍ଟରେ ସଂଶୋଧନ କରିବାକୁ ଚାହୁଁଥିବେ, ସେମାନେ ଏହି ସ୍ବତନ୍ତ୍ର ଅଭିଯାନର ଫାଇଦା ନେଇପାରିବେ ।ଏହି କାର୍ଯ୍ୟକ୍ରମରେ ଉପଖଣ୍ଡର ସମସ୍ତ କଲେଜର ଅଧକ୍ଷ ଓ ଅଧକ୍ଷ୍ୟା ଯୋଗଦେଈଥିବା ବେଳେ କିଭଳି ଭାବରେ କଲେଜ ପଢୁଥିବା ଛାତ୍ରଛାତ୍ରି ମାନେ ଏହି ଅଭିଯାନରେ ସାମିଲ ହୋଇପାରିବେ ସେମାନଙ୍କୁ ଅବଗତ କରାଯାଇଥିଲା।କଲେଜ ପରିସରରେ ମଧ୍ୟ ଗୋଟିଏ ଦିନ ଲେଖାଏଁ କ୍ୟାମ୍ପ କରାଯାଇ ସଚେତନ କରାଯିବା ସହ ଛାତ୍ରଛାତ୍ରିଙ୍କୁ ସାମିଲ କରାଯିବା ସେ ସଂପର୍କରେ ଉପଜିଲ୍ଲାପାଳ ବିସୃତ ଭାବରେ ଅବଗତ କରାଇଥିଲେ।କାର୍ଯ୍ୟକ୍ରମରେ କାମାକ୍ଷାନଗର ବିଡିଓ ବିକାଶ କୁମାର ମାହାନ୍ତି,କଙ୍କଡାହାଡ ବିଡିଓ ବୁଲବୁଲ ବେହେରା,ପର୍ଜଙ୍ଗ ତହସିଲଦାର ଖଗେଶ୍ବର ପାତ୍ର ଭୂବନ ବିଡିଓ ସମେତ କାମାକ୍ଷାନଗର ସିଡିପିଓ ଯୋଗଦେଇଥିଲେ।

ରିପୋର୍ଟ- ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *