ମହାପ୍ରଭୁଙ୍କ ସେବାରେ ୱ୍ବାଟକୋ
ପୁରୀ ୧୯/୭ ଜଳ ଜୀବନ ପାଇଁ ଏକ ଅପରିହାର୍ଯ୍ୟ ଆବଶ୍ୟକତା।ତେବେ ବିଶୁଦ୍ଧ ଜଳ ଜୀବନ ପାଇଁ ଅତ୍ୟନ୍ତ ଜରୁରୀ।ସେଥିପାଇଁ ଚଳିତ ରଥଯାତ୍ରା ଅବସରରେ ଯେପରି ଶ୍ରଦ୍ଧାଳୁ ମାନେ ବିଶୁଦ୍ଧ ପାନୀୟ ଜଳ ପାଇ ପାରିବେ ସେଥିପାଇଁ ସରକାରଙ୍କ ନିର୍ଦ୍ଦେଶ ଓ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ଙ୍କ ପରାମର୍ଶ ରେ ୱ୍ବାଟକୋ କାର୍ଯ୍ୟ କରି ଚାଲିଛି।ଯେପରି ପର୍ଯ୍ଯାପ୍ତ ଜଳ ଶ୍ରଦ୍ଧାଳୁ ଙ୍କୁ ଯୋଗାଇ ଦିଆଯିବ ଓ ଏଥିରେ ବ୍ୟତିକ୍ରମ ନ ହେବ ସେଥିପାଇଁ ଜିଲ୍ଲାପାଳ ବାରମ୍ବାର ସମୀକ୍ଷା ସହ ପାନୀୟ ଜଳ ବଣ୍ଟନ ପାଇଁ ଏକାଧିକ ଅଧିକାରୀ ଙ୍କୁ ଦାୟିତ୍ୱ ଦେଇଛନ୍ତି।ଆଜି ପ୍ରବଳ ଖରା ସମୟରେ ଶ୍ରଦ୍ଧାଳୁ ମାନଙ୍କ ଉପରେ ଜଳ ସିଞ୍ଚନ ଓ ପାନୀୟ ଜଳ ଯୋଗାଣ କରାଯାଇଥିଲା।ଚଳିତ ବର୍ଷ ରଥଯାତ୍ରା ରେ ୱ୍ବାଟକୋ ପକ୍ଷରୁ ଚବିଶି ଘଣ୍ଟିଆ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି ।୪୨ ଏମଏଲଡି ଜଳ ବିଶୋଧନ କେନ୍ଦ୍ରରୁ ଜଳ ଯୋଗାଣ, ୧୯ଟି ଏଲିଭେଟେଡ୍ ସର୍ଭିସ୍ ରିଜର୍ଭର୍ ମାଧ୍ୟମରେ ସମଗ୍ର ପୁରୀକୁ ନିରବଚ୍ଛିନ୍ନ ଜଳ ଯୋଗାଣ, ୨୫ଟି ପାଣି ଟ୍ୟାଙ୍କର, ୧୨୦ଟି ପିଭିସି ଟ୍ୟାଙ୍କ, ୯୦ ଟି ଏମଏସ୍ ଷ୍ଟାଣ୍ଡ, ଡିଜି ସେଟ୍, ଡି-ୱାଟରିଂ ପମ୍ପ, ହାଇଡ୍ରା ଓ ୨ଟି ଡଷ୍ଟ ସପ୍ରେସର୍ ସିଷ୍ଟମ୍ କାର୍ଯ୍ୟ କରୁଛି ବୋଲି ୱ୍ବାଟକୋ ଜିଏମ

ବିକ୍ରମ ରାଉତ ସୂଚନା ଦେଇଛନ୍ତି।ବିଭିନ୍ନ ପାର୍କିଂ ସ୍ଥଳ ଓ ପୋଲିସ ଆବାସରେ ୨୦ ଟି ପାଣି ବଣ୍ଟନ ଯାନ ମୁତୟନ ହୋଇଛି ।୭ଟି ଟ୍ୟାଙ୍କର ଲୋଡିଂ ପଏଣ୍ଟ ଏବଂ ଅଗ୍ନିଶମ ବିଭାଗ ପାଇଁ ୮ଟି ସ୍ୱତନ୍ତ୍ର ଲୋଡିଂ ବ୍ୟବସ୍ଥା କରାଯାଇଛି।ଗ୍ରାଣ୍ଡ ରୋଡ,ସି ବିଚ,ଶ୍ରୀମାର୍ଗ ରେ ୧୮୫ ଡ୍ରିଙ୍କ ଫ୍ରମ ଟ୍ୟାପ ବ୍ୟବସ୍ଥା କରାଯାଇଛି।ବସ ଷ୍ଟାଣ୍ଡ ରେ ପାନୀୟ ଜଳର ବ୍ୟବସ୍ଥା ଓ ଗୁଣ୍ଡିଚା ମନ୍ଦିର ଓ ମନ୍ଦିର ସମ୍ମୁଖରେ ଶ୍ରଦ୍ଧାଳୁ ଙ୍କ ପାଇଁ ସ୍ବେଚ୍ଛାସେବୀ ମାନଙ୍କ ଦ୍ଵାରା ସମସ୍ତ ବ୍ୟବସ୍ଥା କରାଯାଇଛି।ଭକ୍ତଙ୍କ ସୁବିଧା ପାଇଁ ୬୦ଟି ହ୍ୟାଣ୍ଡ ସ୍ପ୍ରେୟର୍ ବ୍ୟବହୃତ ହେଉଛି।କର୍ପୋରେଟ୍ ସଂସ୍ଥାଗୁଡ଼ିକର ସହଯୋଗରେ ପ୍ରାୟ ୧୫ ରୁ ୨୦ ଲକ୍ଷ ପାନୀୟ ଜଳ ବୋତଲ ଭକ୍ତମାନଙ୍କୁ ବଣ୍ଟନ କରାଯାଉଛି ବୋଲି ଶ୍ରୀ ରାଉତ ସୂଚନା ଦେଇଛନ୍ତି।
