ହାତୀଙ୍କ ଦ୍ବାରା ବ୍ୟାପକ ଧାନଫସଲ ନଷ୍ଟ
୨୯ତାରିଖ ବଡିଭୋରରୁ ଏକ ୧୨ଟିକିଆହାତୀପଲ ଖୋର୍ଦ୍ଧାଜିଲା ବେଗୁନିଆବ୍ଲକରବୋତଳମା ଗ୍ରାମପଂଚାୟତ ଅନ୍ତର୍ଗତ ଛତ୍ରପଡା, ଅଠରାଗଂ ସହିତ ନିକଟସ୍ଥଗଡମାଣତୀର ଗ୍ରାମ ପଂଚାୟତ ଅନ୍ତର୍ଗତରାମଚଂଦ୍ରପୁର ମୌଜାରେ ଥିବା ଧାନଫସଲରେ ପଶି ଧାନଫସଲ ଖାଇବା ସହିତଦଳିଚକଟି ବ୍ୟାପକ ଧାନଗଛ ନଷ୍ଟ କରିଦେଇଛନ୍ତି ।ଗତ ବାତ୍ୟା ଦାନା ପ୍ରଭାବରେକେତେକ ଧାନ ଫସଲ ପ୍ରଭାବିତ ହୋଇଥିବାବେଳେ ହାତୀକଂ ଦ୍ବାରା ଧାନଫସଲ ନଷ୍ଟହେବାଚାଷୀର ଚିନ୍ତାକୁ ବଢାଇଦେଇଛି ।କେତେକଧାନଫସଲ ଫୁଲ ଉଡାଉଥିବାବେଳେ କେତେକଧାନ ଫସଲ ଆଉକେତେଦିନ ପରେଚାଷୀ ଅମଳ କରିଥାନ୍ତା ।ଏପରିସ୍ଥଳେ ହାତୀକଂ ଦ୍ବାରା ଧାନ ଫସଲ କ୍ଷତିଗ୍ରସ୍ତ ହେବାଦ୍ବାରା ଅନ୍ୟଠାରୁ ଧାରକରଜ କରି ଚଳିତବର୍ଷଭଲ ଧାନଫସଲ ଆଦାୟ କରିବାର ଆଶାରଖିଥିବା ଚାଷୀର ଆଶା ସଂପୂର୍ଣ୍ଣ ଧୂଳିସାତହୋଇଯାଇଛି ।ତେବେ ମହାଜନର ଅର୍ଥକିପରି ଶୁଝିବ ଓ ବର୍ଷକର ଖାଦ୍ୟ କିପରିସଂଗ୍ରହ କରିବ ସେହି ଚିନ୍ତାରେ କ୍ଷତିଗ୍ରସ୍ଥ ଚାଷୀସଂପୂର୍ଣ୍ଣ ଭାଙ୍ଗି ପଡିଛି ।ଏହି ୧୨ଟିକିଆହାତୀପଲଦ୍ବାରା ଛତ୍ରପଡା ଗ୍ରାମର ଚାଷୀଭାଗିରଥି ଦଳସିଂହରାୟ,ବିଶ୍ବଜିତ ପାଲଟାସିଂହ,ମନୋଜ ଜଗଦେବ,ଦେବରାଜମତଗଜସିଂହ,ସତ୍ୟନାରାୟଣ ଦାଶ,ପବିତ୍ରମାର୍ଥା,କବିରାଜ ମାର୍ଥା,ବ୍ରଜକିଶୋର ମାର୍ଥା,ସୁବାସଚନ୍ଦ୍ର ରାଉତରାୟ,ପଦ୍ମଚରଣ ମଂଗରାଜ,ଶଶି ମତଗଜସିଂହ,ପ୍ରମିଳା ମତଗଜସିଂହ,ରମେଶଚଂଦ୍ର ମତଗଜସିଂହ,ପଦ୍ମାବତୀ ବଳବନ୍ତରାୟ,ବାଉରୀବଂଧୁବଳବନ୍ତରାୟ,କୈଳାସ ଜୟସିଂହ,ନରେନ୍ଦ୍ରଦଳେଇ,ଚରଣ ବାଘସିଂହ ,ପ୍ରଦୀପ୍ତ ମହାପାତ୍ର,ଛବି ପାହାଡସିଂହ,ପ୍ରଭାକର ରାଉତରାୟ ଗଡମାଣତୀରଗ୍ରାମରଚାଷୀ ଶିଶିର ମଂଗରାଜ,ଫକୀର ରାଉତରାୟ,ଲକ୍ଷ୍ମୀଧର ସୁନ୍ଦରାୟ,ରଘୁନାଥ ପ୍ରଧାନ,ଲୋକନାଥ ସାହୁ,ଅଠରାଗଂଗ୍ରାମର ଚାଷୀମଧୂସୂଦନ ପଣ୍ଡା,ସନ୍ତୋଷ ମହାପାତ୍ରକଂବ୍ୟାପକ ଧାନଫସଲ କ୍ଷତିଗ୍ରସ୍ଥ ହୋଇଥିବାଜଣାପଡିଛି ।ଏହି ହାତୀପଲ ହଜପଂଚାୟତଅନ୍ତର୍ଗତ ନାରଗୋଦା ଜଂଗଲରେ ରହିହଜ,ସିକୋ,ଶଗଡଭଂଗା,ହିରାପୁର,ବୋତଳମା,ଗଡମାଣତୀର,ଗୋବିନ୍ଦ ପୁର ଓ ଦେଉଳିଆଦିପଂଚାୟତ ଅଂଚଳସହ ବୋତଳମାଗ୍ରାମପଂଚାୟତର ସୀମାକୁ ଲାଗିଥିବା ବୋଲଗଡବ୍ଲକ ଗୋପାଳପୁର ପଂଚାୟତର ବାରବାଟୀ,ମୁଗମଣ୍ଡା,ନାରାୟଣୀପଡା,ସୀମାପଲ୍ଲୀ ନୟାଗଡଜିଲା ରଣପୁରବ୍ଲକରଗଡବାଣିକିଲୋ ଗ୍ରାମପଂଚାୟତ ଅନ୍ତର୍ଗତଗଡବାଣିକିଲୋ,ପାରିଖେତା ଓ ଗୁଣ୍ଡୁରିଆଆଦିଅଂଚଳରେ ନାନା ଉପଦ୍ରବ ସୃଷ୍ଟି କରୁଛନ୍ତି ।ଖବରପାଇ ବନବିଭାଗ କର୍ମଚାରୀମାନେଆସିହାତୀମାନକଂ ଗତିବିଧି ଉପରେ ତୀକ୍ଷ୍ଣ ନଜରରଖୁଥିଲେ ହେଁ ହାତୀମାନକୁଂ ଘଉଡାଇଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ବିଫଳହେଉଛନ୍ତି ।ରିପୋର୍ଟ ଲେଖାହେବାବେଳକୁ ଏହି ହାତୀପଲ ଛତ୍ରପଡା ଓ ଅଠରାଂଗ ମୌଜାର ଚାଷଜମି ଉପରେଥିବା ଏକ କ୍ଷୁଦ୍ରଜଂଗଲରେଆଶ୍ରୟ ନେଇଥିବାବେଳେ ଉଭୟ ବନବିଭାଗଓ ସ୍ଥାନୀୟ ଅଂଚଳବାସୀ ଜଗି ରହିଥିବାଜଣାପଡିଛି ।ବିଭାଗୀୟ ଉଚ୍ଚକର୍ତୁପକ୍ଷ ଏଥିପ୍ରତିତୁରନ୍ତଦୃଷ୍ଟିଦେଇ ନିରପେଛତଦନ୍ତକରିକ୍ଷତିଗ୍ରସ୍ଥଚାଷୀକୁଂ ଆବଶ୍ୟକୀୟ କ୍ଷତିପୂରଣଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି ।
