କାକଟପୁର ବ୍ଲକ ରେ ମିଶନ ଶକ୍ତି ନିଯୁକ୍ତିରେ ଅନିୟମିତତା ନେଇ ମହିଳାଙ୍କ ଗଣଧାରଣା

କାକଟପୁର 18/1 – କାକଟପୁର ବ୍ଲକ ରେ ସିଆରପି, ଏମବିକେ ଏବଂ ବ୍ୟାଙ୍କ ମିତ୍ର ପଦବୀ ଗୁଡିକର ଫଳାଫଳ ବାହାରିବାରେ ବିଳମ୍ବ କୁ ନେଇ ଆଜି ଶତାଧିକ ମହିଳା ବ୍ଲକ ପରିସରରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ରେ ବସିଛନ୍ତି l ମହିଳା ମାନଙ୍କ ଦୁଃଖ ବୁଝୁନାହିଁ ମହିଳା ମହାସଂଘ l ମହିଳା ମାନେ ଏଥିପାଇଁ ବ୍ଲକ ସ୍ତରୀୟ ମହିଳା ମହାସଂଘ ସମ୍ପାଦିକା, ସଭାପତି, ବିପିସି, ବିପିଏମ ଏବଂ ବ୍ଲକ ବିଡ଼ିଓ ଙ୍କୁ ଦାୟୀ କରିଛନ୍ତି l ଏହି ବ୍ୟକ୍ତିମାନେ ମନ୍ଦ ଉଦ୍ଦେଶ୍ୟ ରଖି ପରସ୍ପର ଉପରେ ଦୋଷାରୋପ କରି ଜାଣିଶୁଣି ଫଳାଫଳ ବାହାରିବାରେ ବ୍ୟାଘାତ ସୃଷ୍ଟି କରୁଥିବା ମହିଳାମାନେ ଅଭିଯୋଗ କରିବା ସହିତ ତୁରନ୍ତ ଓଏଟେଯେ ତାଲିକା ପ୍ରକାଶ କରିବାକୁ ଜ଼ିଲ୍ଲା ପ୍ରଶାସନ ର ହସ୍ତକ୍ଷେପ ଲୋଡିଛନ୍ତି l ଯେ ପର୍ଯ୍ୟନ୍ତ ନିୟମ ମୁତାବକ ଆବେଦନ କାରିଣୀ ମହିଳା ମାନଙ୍କ ଓଏଟେଜ ତାଲିକା ପ୍ରକାଶ ନ ପାଇଛି, ସେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଧାରଣା ରତ ମହିଳାମାନେ ପ୍ରକାଶ କରିଛନ୍ତି l

Leave a Reply

Your email address will not be published. Required fields are marked *