ବିଶ୍ୱ ଶିଶୁ ଶ୍ରମିକ ବିରୋଧୀ ଦିବସ ପାଳିତ

ତା -12/06/23– ନୟାଗଡ଼ ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ, ଘଡୁଆଳ ସ୍ଥିତ ତପସ୍ୟା ଠାରେ – ବିଶ୍ୱ ଶିଶୁ ଶ୍ରମିକ ବିରୋଧୀ ଦିବସ ପାଳିତ ହୋଇଛି, ପ୍ରାଧିକରଣ କର୍ମଚାରି ଶ୍ରୀ ପବନକୁମାର ବେହେରା ଅତିଥି ପରିଚୟ ଏବଂ ଦିବସର ତାପଯ୍ୟ ବର୍ଣନା କରିଥିଲେ, ସଦସ୍ୟ ମହମଦ ଓମାର ମଲ୍ଲିକ ଶିଶୁ ଶ୍ରମିକ ବିରୋଧୀ ଦିବସର କାରଣ, ନିରାକାରଣ, ସମସ୍ୟା ସମାଧାନ ସୁବିଧା ବିଷୟରେ ବକ୍ତବ୍ୟ ରଖିଥିଲେ, ସଦସ୍ୟା କ୍ଷଣ ପ୍ରଭା କର ଶ୍ରମିକ ନିରୋଧୀ ପରିବାର ସମାଜ ବିଷୟରେ ଉପଦୟ ତଥ୍ୟ ଦେବା ସହିତ, ଗୀତ ମାଧ୍ୟମରେ ଭାବନକୁ ପ୍ରକାଶ କରିଥିଲେ, ତପସ୍ୟା ର ତତ୍ୱାବଧାରକ ଶ୍ରୀ ଚନ୍ଦ୍ରଶେଖର ବେହେରା ଶିଶୁ ମାନଙ୍କ ପାଇଁ ବିଭିନ୍ନ ସରକାରୀ ସୁବିଧା ଦର୍ଶାଇଥିଲେ, ଶ୍ରୀପ୍ରଦୀପ କୁମାର ସାହୁ, ମୈତ୍ରୀ ଅନୁଷ୍ଠାନ ର ସେ ବିଶ୍ୱ ଶିଶୁ ଶ୍ରମିକ ବିଷୟ ଉପରେ ଆଲୋଚନା କରିଥିଲେ, ଜୁନ ମାସ ତମାମ ଶିଶୁ ଶ୍ରମିକ ନିରାକରଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାର୍ଗ ଦର୍ଶିକା ତର୍ଜମା କରାଯାଇଥିଲା, ଉପସ୍ଥିତ ସମସ୍ତେ ଶିଶୁ ଶ୍ରମିକ ବିରୋଧ ପାଇଁ ପ୍ରତିଜ୍ଞା ମାଧ୍ୟମରେ ପ୍ରତିବଧିତା ପ୍ରକାଶ କରିଥିଲେ, ସୁଜାତା ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *