ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ‘ବିଶ୍ଵ ଐତିହ୍ୟ ଦିବସ’ ଅନୁଷ୍ଠିତ

ଭୁବନେଶ୍ବର -୧୮.୦୪.୨୦୨୪ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ସାଂସ୍କୃତିକ ଐତିହ୍ୟ ଓ ସଂରକ୍ଷଣ ବିଭାଗ ପକ୍ଷରୁ ‘ବିଶ୍ଵ ଐତିହ୍ୟ ଦିବସ ‘ଅନୁଷ୍ଠିତ ହୋଇଛି। ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଆମ ଐତିହ୍ୟ ପ୍ରାଚୀନତା ଓ ଏହାର ସାଂସ୍କୃତିକ ଅବଦାନ ସଂପର୍କରେ ବିଷଦ ଭାବେ ଆଲୋଚନା କରିବା ସହ ଐତିହ୍ୟର ସଂରକ୍ଷଣ ପାଇଁ ଆଗଭର ହେବାପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।

ଐତିହ୍ୟର ସୁରକ୍ଷା ହିଁ ଆମର ସାଂସ୍କୃତିକ ପରିଚୟର ପ୍ରମୁଖ ମାଧ୍ୟମ ବୋଲି କୁଳପତି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଐତିହ୍ୟ ସଂରକ୍ଷକ ଶ୍ରୀ ଅରୁଣ କୁମାର ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶ୍ୱ ଐତିହ୍ୟ ଦିବସର ପ୍ରାସଙ୍ଗିକତା ସଂପର୍କରେ ଆଲୋଚନା କରିବା ସହ ଓଡ଼ିଶାର ଐତିହ୍ୟ କିର୍ତ୍ତିରାଜି ସଂପର୍କରେ ସୁବିସ୍ତୃତ ଆଲୋଚନା କରିଥିଲେ। ଏହି ଅବସରରେ ବିଭାଗୀୟ ଅଧ୍ୟାପକ ଶ୍ରୀ ଆଶୁତୋଷ ଦାସ ଆମ ରାଜ୍ୟର ଐତିହ୍ୟର ଗୁରୁତ୍ୱ ଓ ଏହାର ସଂରକ୍ଷଣ ନିମନ୍ତେ ଯୁବପିଢି ପ୍ରୟାସ କରିବା ଆବଶ୍ୟକ ବୋଲି ମତ ଦେଇଥିଲେ । ବିଭାଗୀୟ ମୁଖ୍ୟ ଡ. ଚକ୍ରଧର ବେହେରା ଆନୁଷ୍ଠାନିକ ଭାବେ ସ୍ୱାଗତ ଭାଷଣ ଦେଇଥିବାବେଳେ ସହକାରୀ ପ୍ରଫେସର ଡ. ଆଶିଷ ମହାପାତ୍ର କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ । ଏହି ଆଲୋଚନା ଚକ୍ରରେ ଡ. ଲକ୍ଷ୍ମଣ କୁମାର ସାହୁ, ଡ ଉମେଶ ଚନ୍ଦ୍ର ନାୟକ ଓ ଶ୍ୟାମ ରସ୍ତୋଗୀ ପ୍ରମୁଖ ଉଭୟ ଦୃଶ୍ୟକଳା ଓ ପରିବେଷଣ କଳା ଦ୍ୱାରା ଐତିହ୍ୟ ସଂରକ୍ଷଣ ସଂପର୍କରେ ସୂଚନା ଦେଇଥିଲେ। ଅଧ୍ୟାପକ ଡ. ଜ୍ଞାନରଂଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ବିଭାଗର ଅଧ୍ୟାପକ ଓ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *