ବିଜେପି ର ବିଜୟ ସକାଶେ ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ
କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ମାଳାଞ୍ଚଳ ଛାତ୍ରାବାସ ପରିସର ମଧ୍ୟ ରେ 17 ନମ୍ବର ଜୋନ ଅର୍ଥାତ ରାଇକିଆ, ଦଡିଙ୍ଗିଆ, ମାଣିକେଶ୍ୱର, ମଣ୍ଡାକିଆ,ପେଟାପାଙ୍ଗା, ସୁଗଡ଼ବାଡ଼ି ର ଛଅ ଗୋଟି ପଞ୍ଚାୟତ ର କାର୍ଯ୍ୟକର୍ତ୍ତା ଙ୍କୁ ନେଇ ବିଧାନସଭା ସଂଯୋଜକ ସନ୍ତୋଷ କୁମାର ଲେଙ୍କା ଙ୍କ ଅଧକ୍ଷତା ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି। ଆଜିର ଏହି କାର୍ଯ୍ୟକ୍ରମ ରେ ରାଇକିଆ ଜୋନ ର 25 ଗୋଟି ବୁଥ୍ ସକାଶେ ବୁଥ୍ ଏଜେଣ୍ଟ ଚୟନ କରାଯିବା ସହିତ ସେହି ବ୍ୟକ୍ତି ଙ୍କ ର ଆଧାର କାର୍ଡ, ଭୋଟ ପରିଚୟ ପତ୍ର ସହିତ ଦୁଇ ଗୋଟି ପାସ ଫୋଟ ସଂଗ୍ରହ କରାଯାଇ ଅନଲାଇନ ମାଧ୍ୟମ ରେ ପଞ୍ଜିକୃତ କରାଯାଇ ଥିଲା।

ସମସ୍ତ କାର୍ଯ୍ୟକର୍ତ୍ତା କିଭଳି ପ୍ରଧାନ ମନ୍ତ୍ରୀ ଙ୍କ ହାତ ମୁଠା କୁ ଟାଣ କରିବେ ପ୍ରଧାନ ମନ୍ତ୍ରୀ ଦେଇଥିବା ନାରା ଅବ କି ବାର 400 ପାର ଏହି ଉକ୍ତି କୁ ସଫଳ କରିବା ସହିତ ଏହିଥର ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ରେ ବିଜେପି ର ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀ ଙ୍କୁ ବିପୁଳ ଭୋଟ ରେ ବିଜୟ କରାଇବା ସକାଶେ ବିଜେପି ର ବରିଷ୍ଠ କାର୍ଯ୍ୟକର୍ତ୍ତା ଗୁରୁମନ୍ତ୍ର ପ୍ରଦାନ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ବିଜେପି ର ବହୁ ପୁରୁଷ, ମହିଳା ଏବଂ ବୁଦ୍ଧିଜୀବୀ ଉପସ୍ଥିତ ରହିଥିବା ବେଳେ ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀ ରେ ବିଜେପି କୁ ନିଶ୍ଚିତ ଭାବେ ବିଜୟ କରାଇବା ସକାଶେ ଶପଥ ନେଇଥିଲେ।
