ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ପାଳିତ।
କାକଟପୁର -୧୫/୦୪- ଆମ୍ବେଦକର ବିକାଶ ପରିଷଦ ସଭାପତି ବାଉରୀବନ୍ଧୁ କାଣ୍ଡିଙ୍କ ନେତୃତ୍ୱରେ ସମ୍ବିଧାନ କମିଟିର ଅଧ୍ୟକ୍ଷ ଭାରତ ରତ୍ନ ଡ ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ କାକଟପୁରରେ ପାଳିତ ହୋଇଯାଇଛି। କାକଟପୁର ଥାନା ସମ୍ମୁଖରେ ଥିବା ଠକରବାପା ଆଶ୍ରମରୁ ଭିମରାଓ ଆର୍ମିର ସାଧାରଣ ସଂପାଦକ ଶୁକାନ୍ତ କୁମାର କାଣ୍ଡି ସଭାପତି ବିଦ୍ୟାଧର କାଣ୍ଡି, ସୁରେନ୍ଦ୍ର ଭୋଇ, ଆଶିଷ କୁମାର କାଣ୍ଡି ପ୍ରମୁଖଙ୍କ ସହଯୋଗରେ ଏକ ସଚେତନତା ରାଲି ଭିମ ବାହିନୀ ପତକା ଧରି କାକଟପୁର ବଜାର,ମୂଳାଗଡ ଛକ, ପରିକ୍ରମା କରି କୁତାମଚଣ୍ଡିଙ୍କ ଠାରେ ଏକ ବିଶାଳ ଜନଜାଗରଣ ସଭା କରିଥିଲେ।

ମୁଖ୍ୟ ଅତିଥି ଆଇନଜୀବି ପ୍ରଦିପ କୁମାର ମଲ୍ଲିକ,ମୁଖ୍ୟ ବକ୍ତା ପିଉସ ଦାସ, ସମ୍ମାନୀତ ଅତିଥି ମିଥୁନ କାଣ୍ଡି,ନରେଶ କାଣ୍ଡି ମଲ୍ଲିକ ଏନାମୁଲ, ପ୍ରକାଶ ହାଣ୍ଡି,ସରଫରାଜ ଖାଁ, ରମେଶ ଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗଦେଇ ଦଳିତ ଅବହେଳିତ ମାନଙ୍କୁ ସାମାଜିକ ନ୍ୟାୟ ପ୍ରଦାନ ପାଇଁ ଆମ୍ବେଦକରଙ୍କ ପ୍ରତିବଦ୍ଧତାକୁ ଦୋହରାଇ ଥିଲେ। ଆମ୍ବେଦକରଙ୍କ ଜୀବନି ଉପରେ ବକୃତା ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା। ପରିଷଦର ସମ୍ପାଦକ ଟୁକୁନା ଗୁରୁ, କୋଷାଧ୍ୟକ୍ଷ ତପନ କୁମାର ଭୋଇ ଓ ସମସ୍ତ କର୍ମକର୍ତ୍ତା ମାନଙ୍କ ସହଯୋଗରେ ଜୟନ୍ତୀ ଆଡମ୍ବର ପୂର୍ଣ୍ଣ ଶାନ୍ତିଶୃଙ୍ଖଳାର ସହ ସମ୍ପର୍ଣ୍ଣ ହୋଇଥିଲା।
