୨୫ ବର୍ଷ ଧରି ଜେଲ୍ ଭୋଗୁଛନ୍ତି ଧର୍ମରକ୍ଷକ ଦାରା ସିଂ

୨୫ ବର୍ଷ ଧରି ଜେଲ୍ ଭୋଗୁଛନ୍ତି ଧର୍ମରକ୍ଷକ ଦାରା ସିଂ;
କାରାବାସରୁ ମୁକ୍ତି ନିମନ୍ତେ ସୂର୍ଯ୍ୟ ନାରାୟଣଙ୍କ ପୂଜାର୍ଚ୍ଚନା

କୋଣାର୍କ – ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ ବେଢିଆଗଡା ଠାରେ ଥିବା ନୂତନ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ ଶାଳା ପକ୍ଷରୁ ନିର୍ମିତ ନୂତନ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଧର୍ମରକ୍ଷକ ଦାରା ସିଂଙ୍କ ମୁକ୍ତି ପାଇଁ ଭଗବାନ ସୂର୍ଯ୍ୟ ନାରାୟଣଙ୍କ ପୂଜାର୍ଚ୍ଚନା ଓ ସମୂହ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁଯାୟୀ ଦାରା ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୁକେଶ ଜୈନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନୂତନ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଧାର୍ମିକ ରୀତିନୀତି ଓ ପରମ୍ପରା ଅନୁଯାୟୀ ଭଗବାନ ସୂର୍ଯ୍ୟ ନାରାୟଣଙ୍କ ପୂଜାର୍ଚ୍ଚନା ଓ ସମୂହ ଦୀପଦାନ କରାଯାଇଥିଲା। ବହୁ ଚର୍ଚ୍ଚିତ ଖ୍ରୀଷ୍ଟଧର୍ମ ପ୍ରବର୍ତ୍ତକ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କ ଶିଶୁପୁତ୍ର ପୋଡ଼ି ମାମଲାରେ ଦାରା ସିଂ କେନ୍ଦୁଝର ଜେଲରେ ଦୀର୍ଘ ୨୬ ବର୍ଷ ଧରି କାରାବାସ ଭୋଗୁଛନ୍ତି । ଯାହାକୁ ନେଇ ଦାରା ସେନା ଅଧକ୍ଷ ବାରମ୍ୱାର ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ମୁକୁଳିବା ପାଇଁ ନିବେଦନ କରିଛନ୍ତି। ହତ୍ୟା ଅଭିଯୁକ୍ତ ଅତ୍ୟଧିକ ୧୪ ବର୍ଷ ଜେଲ ଭୋଗିବା ନିୟମ ଥିଲେ ମଧ୍ଯ କଣ ପାଇଁ ୨୫ ବର୍ଷ ହେବ ଜେଲ ଭୋଗୁଛନ୍ତି। ସରକାର ଶୁଣିଲେ ନାହିଁ ବୋଲି ମହାପ୍ରଭୁ ସୂର୍ଯ୍ୟ ନାରାୟଣଙ୍କ ପୂଜାର୍ଚ୍ଚନା କରି ତାଙ୍କର ଖଲାସ ପାଇଁ ପ୍ରାର୍ଥନା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଧର୍ମ ସଂରକ୍ଷକ ଦାରା ସିଂଙ୍କ ମୁକ୍ତି ପାଇଁ ଭଗବାନ ସୂର୍ଯ୍ୟ ନାରାୟଣଙ୍କ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭଗବାନ ସୂର୍ଯ୍ୟ ନାରାୟଣଙ୍କ ଆର୍ଶୀବାଦ ଓ କୃପା ଦୃଷ୍ଟି ଯୋଗୁଁ ଧର୍ମ ସଂରକ୍ଷକ ଦାରା ସିଂଙ୍କୁ ଖୁବଶୀଘ୍ର ମୁକ୍ତି ମିଳିବ ବୋଲି ଦାରା ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୁକେଶ ଜୈନ ମତବ୍ୟକ୍ତ କରିଛନ୍ତି। ଏହି ପୂଜାର୍ଚନା ସମାରୋହରେ ଉକ୍ତ ମାମଲାରେ ୨୫ ବର୍ଷ ଧରି ଆଜୀବନ ଜେଲ ଭୋଗି ମୁକୁଳିଥିବା ସାଥି ମହେନ୍ଦ୍ର ହେମ୍ବ୍ରମଙ୍କ ସମେତ ଯୁଧିଷ୍ଠିର ସ୍ଵାଇଁ, ସୁବ୍ରତ ପ୍ରଧାନ ଓ ବାପି ପଣ୍ଡା ପ୍ରମୁଖ ଉପସ୍ଥିତ ରହି ପୂଜାର୍ଚ୍ଚନା କରିଥିଲେ।

Leave a Reply

Your email address will not be published. Required fields are marked *