୨୯ତମ ଆଡ଼ପ ଆସର

୨୯ତମ ଆଡ଼ପ ଆସର

ପୁରୀ:୨୧/୭: ସ୍ଥାନୀୟ ଭକ୍ତକବି ସାଲବେଗଙ୍କ ପୀଠରେ ପୁରୀ ଜିଲ୍ଲା ଲେଖକ ସହଯୋଗ ସମିତି ଲିଃ ଏବଂ ବିଶ୍ବମୁକ୍ତି, ଭୁବନେଶ୍ୱର ମିଳିତ ଆନୁକୂଲ୍ୟରେ ୨୯ତମ ଆଡ଼ପ ଆସର ଅନୁଷ୍ଠାନର ସଭାପତି ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟଙ୍କ ସଭିପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଆସରରେ ଓଡ଼ିଶାର ବରିଷ୍ଠ କବି ତଥା ରାଜନେତା ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀକ୍ଷେତ୍ରର ଗୈ।ରବମୟ ଏବଂ ଓଡ଼ିଶା ସାହିତ୍ୟ ଯେ କେତେ ଉନ୍ନତ ସେ ବିଷୟରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ବିଶ୍ୱମୁକ୍ତି ପତ୍ରିକାର ସମ୍ପାଦକ ତଥା ଶିକ୍ଷାବିତ୍ ଡକ୍ଟର ଶଶାଙ୍କ ଚୂଡ଼ାମଣି, ବିଶିଷ୍ଟ ଅତିଥି ଭାବରେ କବି ରକ୍ଷକ ନାୟକ ଯୋଗଦେଇଥିବା ବେଳେ ପ୍ରିୟପତ୍ର ସମ୍ପାଦକ ବିପିନ ବିହାରୀ ଦଳାଇ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅନୁଷ୍ଠାନର ସଚିବ ବୀରେନ୍ଦ୍ର ମହାନ୍ତି ଅତିଥି ମାନଙ୍କୁ ସ୍ଵାଗତ କରିବା ସହ ଅନୁଷ୍ଠାନ ବିଷୟରେ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ବିଶ୍ୱମୁକ୍ତିର ରଥଯାତ୍ରା ସଂଖ୍ୟା ଉନ୍ମୋଚିତ ହୋଇଥିଲା। ଶେଷରେ ଡକ୍ଟର ହେମନ୍ତ କୁମାର ଛୋଟରାୟ ଧନ୍ୟବାଦ ଅର୍ପଣ କରିଥିଲେ।ପ୍ରାରମ୍ଭରେ ସୁଶ୍ରୀ କ୍ରିଷ୍ଣା ମହାପାତ୍ର, ଅନ୍ନପୂର୍ଣ୍ଣା ଦେବୀଙ୍କ ସଂଯୋଜନାରେ କବିତା ଆସରରେ ପ୍ରିୟପତ୍ର ସମ୍ପାଦକ ବିପିନ ବିହାରୀ ଦଳାଇ ସଭାପତିତ୍ବ କରିଥିଲେ। ଏହି ଆସରରେ ଚିନ୍ମୟୀ ଗଜେନ୍ଦ୍ର, ଯୋଗେଶ୍ଵର ପ୍ରହରାଜ, ରାଧାକୃଷ୍ଣ ପ୍ରଧାନୀ, ଲକ୍ଷ୍ମୀପ୍ରିୟା ଦାଶ, ସତ୍ୟନାରାୟଣ ମିଶ୍ର, ବିଭୁଦତ୍ତ ମିଶ୍ର, ମନୋରମା ପାତ୍ର, ସୁରେଶ କୁମାର ପଟ୍ଟନାୟକ, ପୈ।ର୍ଣ୍ଣମାସୀ ଦେବୀ, ବିଜୟଲକ୍ଷ୍ମୀ ଚୈ।ଧୁରୀ, ଅଶୋକ କୁମାର ମିଶ୍ର, ମୀରା ମହାନ୍ତି, ପ୍ରତିଭା ଦାଶ, ପ୍ରବାସିନୀ ମିଶ୍ର, ସନ୍ନ୍ୟାସୀ ନାୟକ, ନିର୍ମଳ ମିଶ୍ର, ମିନତି ମିଶ୍ର, ରଞ୍ଜିତ ନାୟକ, ଅନ୍ନପୂର୍ଣ୍ଣା ଦେବୀ, ଯୋଗେଶ୍ଵର ନାୟକ, ସତ୍ୟଭାମା ନାୟକ, ପ୍ରଭାସ ମଙ୍ଗରାଜ ଏବଂ ଲକ୍ଷ୍ମୀକାନ୍ତ ତ୍ରିପାଠୀ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ପୂର୍ବତନ ସଭାପତି କବି ଓ ରାଜନେତା ଶଙ୍କର ପରିଡ଼ା ଏବଂ ପ୍ରାଣକୃଷ୍ଣ ମହାପାତ୍ରଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଶେଷରେ ଆଡପ ଅବଢ଼ା ସେବନ କରିବା ପରେ ଆସର ଶେଷ ହୋଇଥିଲା।

Leave a Reply

Your email address will not be published. Required fields are marked *