ଦୁଇ ଦିନିଆ କ୍ରୀଡା ଉତ୍ସବକୁ ଉଦଘାଟନ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନିମାପଡା

ଦୁଇ ଦିନିଆ କ୍ରୀଡା ଉତ୍ସବକୁ ଉଦଘାଟନ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନିମାପଡା () ନିମାପଡା ସ୍ତାନୀୟ ବାରବାଟୀ ପଡିଆରେ ଅନୁଷ୍ଠିତ ହୋଇଥିବା ଦୁଇ ଦିନିଆ କ୍ରୀଡା ଉତ୍ସବକୁ ଉଦଘାଟନ କରିଛନ୍ତି ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।ଏହି କ୍ରୀଡା ଉତ୍ସବରେ 56 ଟି ବିଦ୍ୟାଳୟର ଚାରିଶହରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ବିଭିନ୍ନ ପ୍ରକାର କ୍ରୀଡା ପ୍ରଦର୍ଶନ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କର ଖେଳ ପ୍ରତି ଆଗ୍ରହ ରହିବା ସହ ଆଗାମୀ ଦିନରେ ସଫଳ ଖେଳାଳି ହୋଇ ରାଜ୍ୟ ତଥା ଦେଶର ନାମ ରଖନ୍ତୁ ଏହାହିଁ ଏହି ଉତ୍ସବର ମୁଖ୍ୟ ଉଦେଶ୍ୟ ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଵା ବେଳେ ଭିଲ୍ଲୀଗ୍ରାମ ହାଇସ୍କୁଲର ପ୍ରଧାନ ଶିକ୍ଷକ ରବୀନ୍ଦ୍ର ନାୟକ, କ୍ରୀଡା ଶିକ୍ଷକ ରଂଜିତ କେଶରୀ ନାୟକ, ଭାଟବନ୍ଧ ହାଇସ୍କୁଲର ପ୍ରଧାନ ଶିକ୍ଷକ ବ୍ରଜକିଶୋର ସାହୁ. ନିମାପଡା ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନନ୍ଦିତା ସାହୁ, ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ଏନସି ଅଧିକାରୀ ସରୋଜ ଆଚର୍ଯ୍ୟ, ବ୍ଲକ ଶିକ୍ଷା ଅଧିକାରୀ ଦୁତିକାନ୍ତ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଏହି କ୍ରୀଡା ଉତ୍ସବରେ ଯେଉଁ ଛାତ୍ର ଛାତ୍ରୀ ଉତ୍ତମ କ୍ରୀଡା ପ୍ରଦର୍ଶନ କରିବେ ସେମାନେ ଜିଲ୍ଲାସ୍ତର କ୍ରୀଡାରେ ଭାଗ ନେବେ। କ୍ରୀଡା ଶିକ୍ଷକ ରଂଜିତ କେଶରୀ ନାୟକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *