ଦ୍ୱିତୀୟ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ଶେଷ ଦିନରେଜିଲ୍ଳାପାଳ ଷ୍ଟଲ ବୁଲିଲେ, ଜିନିଷ କିଣିଲେ
ଦ୍ୱିତୀୟ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ଶେଷ ଦିନରେଜିଲ୍ଳାପାଳ ଷ୍ଟଲ ବୁଲିଲେ, ଜିନିଷ କିଣିଲେ ।
ଫୁଲବାଣୀ,୨୦/୦୪/୨୦୨୬ ଦ୍ୱିତୀୟ କନ୍ଧମାଳ ଲୋକ ମହୋତ୍ସବ ଓ ବାଣି ଜ୍ୟ ମେଳା- ୨୬ ର ଶେଷ ଦିନରେ କନ୍ଧମାଳ ଜିଲ୍ଲା ପାଳ ବେଦ ଭୂଷଣ ରାତିରେ ମେଳା ରେ ବିଭିନ୍ନ ସ୍ଵୟଂସହାୟକ ଗୋଷ୍ଠୀ ଓ ଜେଲ୍ ପକ୍ଷରୁ ଖୋଲାଯାଇଥିବା ଷ୍ଟଲ ବୁଲି ଖୁସି ବ୍ୟକ୍ତ କରିବାସହ ବ୍ରହ୍ମପୁର ଆଚାର ଷ୍ଟଲରୁ କିଛି ଜିନିଷ କିଣିଥିଲେ l ସେହିପରି କମଳା ପ୍ରକାଶିନି ବହିଷ୍ଟଲ ବୁଲି ନିଜ ପାଇଁ କିଛି ବହି ମଧ୍ୟ କିଣିଥିଲେ l ଜିଲ୍ଲାପାଳ ଷ୍ଟଲ ବୁଲିବା ଫଳରେ ବ୍ୟବସାୟୀ ମାନେ ଖୁସିବ୍ୟକ୍ତ କରିଥିଲେ l ଜିଲାପାଳ ଙ୍କ ସହ ବାଣିଜ୍ୟ ମେଳା ଅଧ୍ୟକ୍ଷତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ, ସାମ୍ବାଦିକ ତଥା ଉପାଧ୍ୟକ୍ଷ ରାଧାମୋହନ ମହାପାତ୍ର , ସଦସ୍ୟ ମହମ୍ମଦ ଚିଷ୍ଟୀ ପ୍ରମୁଖ ଉପସ୍ଥିତ ଥିଲେ l ବାଣିଜ୍ୟ ମେଳା ସୁନ୍ଦର୍ ଓ ଆକର୍ଷଣୀୟ ହୋଇଥିବା ଜିଲାପାଳ କହିଥିଲେ l ସୂଚନା ଯୋଗ୍ୟ ଯେ, ଏହି ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା କୁ ଗତ ଏପ୍ରିଲ୍ ୮ରେ ଜିଲାପାଳ ବେଦ ଭୂଷଣ ଓ ଏସପି ହରିଶ୍ ବିଶି ଉଦଘାଟନ କରିଥିଲେ l ଶେଷ ଦିବସ ରେ ଜିଲାପାଳ ଦ୍ଵିତୀୟ ଥର ମେଳା ବୁଲିବାକୁ ଆସିଥିଲେ l ଜିଲ୍ଲା ପ୍ରଶାସନ ଅlନ୍ତରିକତା ର ସହ ସାହାଯ୍ୟ ସହଯୋଗ କରିଥିବାରୁ ବାଣିଜ୍ୟ ମେଳା ଅଧକ୍ଷ ସୁନୀଲ ପଟ୍ଟନାୟକ କମିଟି ପକ୍ଷରୁ କୃତଜ୍ଞତା ଜ୍ଞାପନ କରିଛନ୍ତି l
