ଶ୍ରୀ ଶ୍ରୀ ମଦନ ମୋହନ ଜୀୟୁ ଙ୍କ ରଥଯାତ୍ରା ନିମନ୍ତେ ରଥ କାଠ ଅନୁକୂଳ
*କୁଜଙ୍ଗ-୨୦/୪-କୁଜଙ୍ଗ ବ୍ଲକ ଅଧୀନ ସାଇଲୋ ଗ୍ରାମ ପଞ୍ଚାୟତ କନ୍ଦମୂଳ ପଡିଆ ରାହାମାରେ ଥିବା ଶ୍ରୀଶ୍ରୀ ମଦନ ମୋହନ ଜୀୟୁ ମଠରେ ପୂଜାପାଉଥିବା ଶ୍ରୀଶ୍ରୀ ଜଗନ୍ନାଥ,ବଳଭଦ୍ର ଓ ମା ସୁଭଦ୍ରା ଙ୍କ ପାଇଁ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ତିନିରଥ ନିର୍ମାଣ ନିମନ୍ତେ ରଥକାଠ ଅନୁକୂଳ ମହା ସମାରୋହରେ ଅନୁଷ୍ଠିତ ହୋଇଅଛି । କୁଜଙ୍ଗ ବ୍ଲକର ମଣ୍ଡଳ ଉନ୍ନୟନ ଅଧିକାରୀ ତଥା ତିନି ରଥରେ ଛେରା ପହରା ଦାୟିତ୍ୱ ସମ୍ପାଦନ କରୁଥିବା ଶ୍ରୀଯୁକ୍ତ ଦୀପକ ପ୍ରସାଦ ସ୍ୱାଇଁ ଠାକୁର ରାଜା ରୂପେ ବୈଦିକ ରିତୀନୀତି ଅନୁଯାଇ ରଥ କାଠର ପୂଜାର୍ଚ୍ଚନା ଆଚାର୍ଯ୍ୟମାନେ ସମ୍ପାଦନ କରିଥିଲେ। ଠାକୁର ରାଜା ବିଶ୍ୱକର୍ମା ଶିଳ୍ପୀମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ରଥକାଠ ଅନୁକୂଳ କରି ରଥ ନିର୍ମାଣ ନିମନ୍ତେ ନିର୍ଦ୍ଦେଶ କରିଥିଲେ । ତତ ପରେ ଶ୍ରୀଶ୍ରୀ ମଦନ ମୋହନ ଜୀୟୁ ମଠ ପରିଚାଳନା ପରିଷଦର ସଭାପତି ରବିନାରାୟଣ ସାହୁ ଅନୁପସ୍ଥିତ କାରଣେ ଠାକୁର ରାଜା ସମ୍ପାଦକ ଡ଼କ୍ଟର ସୁନାକର ବେହେରାଙ୍କୁ ସଭାକାର୍ଯ୍ୟ ପରିଚାଳନା ସହ ଚଳିତ ରଥଯାତ୍ରାର ରୂପରେଖ ସମ୍ପର୍କରେ ସଭାକୁ ଅବଗତ ପାଇଁ ମାର୍ଗଦର୍ଶନ କରିଥିଲେ।

ଆଜିର ଏହି ପୂଣ୍ୟ ପବିତ୍ର ଅକ୍ଷୟ ତୃତୀୟା ଦିବସରେ ରଥ କାଠର ଶୁଭ ଅନୁକୂଳ ଉତ୍ସବରେ ଉପସ୍ଥିତ ଅତିଥିମାନଙ୍କ ମଧ୍ୟରେ ଜବାହର ନବୋଦୟ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀକୃଷ୍ଣ ମହାପାତ୍ର,ଖେଳ ଶିକ୍ଷକ ସୂର୍ଯ୍ୟକାନ୍ତ ଘଡେଇ,ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ତାଳପଡାର ପ୍ରଧାନ ଆଚାର୍ଯ୍ୟ ଶ୍ରୀକାନ୍ତ କୁମାର ଶତପଥୀ,ସାଇଲୋ ଗ୍ରାମ ପଞ୍ଚାୟତ ର ନାଏବ ସରପଞ୍ଚ ଶ୍ରୀମତୀ ଝରଣା ଦାସ ,ୱାର୍ଡ ସଭ୍ୟ ଗୋପାଳ କୃଷ୍ଣ ଦାସ,ପୋତନାଇ ଗ୍ରାମପଞ୍ଚାୟତ ସରପଞ୍ଚ ବ୍ରଜକିଶୋର ମହାରାଜ,କୋଷାଧ୍ୟକ୍ଷ ଭିକାରି ଚରଣ ସେନାପତି,ସାଇଲୋ ପଞ୍ଚାୟତ ପ୍ରଭାରୀ ଜିତେନ୍ଦ୍ର କୁମାର ସ୍ୱାଇଁ, ତାଳପଡା ର କାର୍ତ୍ତିକ ଚନ୍ଦ୍ର ସାହୁ, ସୁଲେଖ ବେହେରା, ନଳିନୀ କାନ୍ତ ବରାଳ,ବରିଷ୍ଠ ସଦସ୍ୟ ମାନଙ୍କ ମଧ୍ୟରେ ମହେଶ୍ୱର ସାହୁ,ଧ୍ରୁବ ଚରଣ ଦାସ,ଅଶୋକ ଚୌଧୁରୀ, ରାଜ କିଶୋର ସାହୁ, ମନୋହର ସ୍ୱାଇଁ, ପ୍ରଦୀପ୍ତ କୁମାର ସାହୁ,ମନୋଜ କୁମାର ସାହୁ, ସୁଶାନ୍ତ କୁମାର ସ୍ୱାଇଁ,ଅବସର ପ୍ରାପ୍ତ ଶିକ୍ଷକ ଶରତ ଚନ୍ଦ୍ର ସାହୁ ବିଶ୍ୱନାଥ ସାହୁ,ବଜାର କମିଟି ରାହାମାର ସମ୍ପାଦକ ପ୍ରସନ୍ନ କୁମାର ସାହୁ, ଉପସଭାପତି ସରୋଜ କୁମାର ଦାସ,ଯୁବ ସଂଗଠକ ପ୍ରସନ୍ନ କୁମାର ସ୍ୱାଇଁ ଓ ବରିଷ୍ଠ ସାମ୍ବାଦିକ ନୃସିଂହ ଚରଣ ବାରିକ, ଦେବାଶିଷ ଅକ୍ଷୟ କୁମାର ମହାନ୍ତି, ମହାପ୍ରଭୁ ଙ୍କ ପରମ ସେବିକା ସ୍ବର୍ଣ୍ଣ ମାତା, ପୂଜକ ତପନ ପତି, ସୁରେନ୍ଦ୍ର ମିଶ୍ର ଇତ୍ୟାଦି ଉଭୟ ପଞ୍ଚାୟତ ଓ ରାହାମା ଆଞ୍ଚଳର ଶ୍ରଦ୍ଧାଳୁମାନେ ଉପସ୍ଥିତ ଥିଲେ।
