ଏକ ଗୀତିକବିତା ଆସର ଅନୁଷ୍ଠାନର ସଭାପତି ବିପିନ ଦଳାଇ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି
ପୁରୀ:୬/୨: ଆଜି ସନ୍ଧ୍ୟା ୭ଟାରେ ସବିତା ସାହିତ୍ୟ ସଂସଦ ଓ ପାଠାଗାର ପକ୍ଷରୁ ଏକ ଗୀତିକବିତା ଆସର ଅନୁଷ୍ଠାନର ସଭାପତି ବିପିନ ଦଳାଇ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ଆସରକୁ ସଂଯୋଜନା କରିଥିଲେ କଳ୍ପନା ମିଶ୍ର। ଗୀତିକାର ବିଜୟ କୁମାର ପଣ୍ଡା, ଅନନ୍ତ ପ୍ରଧାନ, ଚନ୍ଦ୍ରଶେଖର ମହାରାଣା ଅତିଥି ଭାବରେ ଯୋଗଦାନ କରି ଏହି ଆସର ଏକାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ମହେଶ୍ବର ଜେନା, ଯୋଗେଶ୍ଵର ନାୟକ, ସତ୍ୟଭାମା ନାୟକ, ମହେନ୍ଦ୍ର ଦାଶ, ପ୍ରବାସିନୀ ମିଶ୍ର ପ୍ରମୁଖ ଗୀତିକବିତା ପରିବେଷଣ କରିଥିଲେ। ଏହି ଗୀତିକବିତା ଆସରରେ ବିଜୟ କୁମାର ପଣ୍ଡା ନିଜର ଦୀର୍ଘ ଅନୁଭୂତି ବର୍ଣ୍ଣନା କରିଥିବାବେଳେ ଅନନ୍ତ ପ୍ରଧାନ ସାହିତ୍ୟ ପତ୍ରିକା ସମ୍ପାଦନା ବିଷୟରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ସମ୍ପାଦକ ଜାନକୀ ବଲ୍ଲଭ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। କିଶୋର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
