ନୂଆଗଡ଼ ରେ ଗ୍ରହରାଜ ଶନିଶ୍ଚର ମହାଦେବଙ୍କ ୪୫ ତମ ବାର୍ଷିକ ଯଜ୍ଞ ଉତ୍ସବ

କୋରେଇ, ୨୫/୪ : ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ନୂଆଗଡ଼ ଗ୍ରାମର ଶନିଶ୍ଚର ପୀଠ ବେଶ ଜଣାଶୁଣା l ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ପୀଠ ବାର୍ଷିକ ଉତ୍ସବ ନିମନ୍ତେ ଚଳ ଚଞ୍ଚଳ ହୋଇ ଉଠିଥିଲା l ପ୍ରତିବର୍ଷ ଅକ୍ଷୟ ତୃତୀୟାର ପର ଶନିବାର ଗ୍ରହରାଜ ଶନିଶ୍ଚରଙ୍କ ଏହି ଯଜ୍ଞ ଉତ୍ସବ ହୋଇଥାଏ l ଏହି ଦିନ ଭକ୍ତିର ସହିତ ଶନିଶ୍ଚରଙ୍କୁ ପୂଜାର୍ଚ୍ଚନା କଲେ ସକଳ ଗ୍ରହପୀଡା ଖଣ୍ଡନ ହେବା ସହ ପରିବାରର ସକଳ ଦୁଃଖଦୁର୍ଦ୍ଦଶା ଦୂର ହୁଏ ବୋଲି ବିଶ୍ବାସ ରହିଆସିଛି l ଏହି ପୀଠରେ ଠାକୁରଙ୍କ ପଛପଟେ ଥିବା ଆମ୍ବଗଛରେ ଶ୍ରଦ୍ଧାଳୁ ମାନେ ଧାଡିରେ ଆସି ଜଳାଭିଷେକ କରିଥାନ୍ତି l ଭକ୍ତଙ୍କ ଆଗମନକୁ ଲକ୍ଷ କରି କିଛି ସ୍ୱେଚ୍ଛାସେବୀଙ୍କ ତରଫରୁ ପଣାପାଣି, ଦହି ସର୍ବତ, ତରଭୁଜ, ପ୍ରାସାଦ ଆଦି ବଣ୍ଟନ କରି ଭକ୍ତ ମାନଙ୍କୁ ପ୍ରଭୁଙ୍କ ଦର୍ଶନ ନିମନ୍ତେ ସାହାଯ୍ୟ ସହଯୋଗର ହାତ ବଢ଼ାଇଥିଲେ l ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶାନ୍ତିଶୃଙ୍ଖଳା ନିମନ୍ତେ ବ୍ୟାପ ବନ୍ଦବସ୍ତ କରାଯାଇଥିଲା l

Leave a Reply

Your email address will not be published. Required fields are marked *