୪ ର୍ଥ ଥର ବ୍ରଜ ଙ୍କ ଉପରେ ମୁଖ୍ୟମନ୍ତ୍ରୀ କଲେ ଆସ୍ଲା

ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ ଥର ପାଈଁ ଆସ୍ଥା ପ୍ରକଟ କରି ବିଜୁ ଜନତା ଦଳ ପକ୍ଷରୁ ତାଳଚେର ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ଶ୍ରୀ ପ୍ରଧାନ ୨୦୦୯ ରେ ସ୍ବାଧୂନ ପ୍ରାର୍ଥୀ ହୋଇ ବିଜୁ ଜନତା ଦଳର ପ୍ରାର୍ଥୀ ମହେଶ ସାହୁଙ୍କୁ ପରାଜିତ କରି ତାଳଚେର ବିଧାୟକ ହୋଇଥିଲେ। ଏହା ପରେ ୨୦୧୪ ରେ ବ୍ରଜ ପ୍ରଧାନ ବିଜୁ ଜନତା ଦଳ ରେ ସାମିଲ ହୋଇ ତାଳଚେର ରୁ ପ୍ରାର୍ଥୀ ହୋଇ ବିଜେପି ପ୍ରାର୍ଥୀ କାଳନ୍ଦୀ ସାମଲଙ୍କୁ ପରାଜିତ କରିଥିଲେ। ସେହିପରି ୨୦୧୯ ରେ ଦ୍ବିତୀୟ ଥର ପାଈଁ ବିଜୁ ଜନତା ଦଳ ପକ୍ଷରୁ ଶ୍ରୀ ପ୍ରଧାନ ପ୍ରାର୍ଥୀ ହୋଇ ପୁନର୍ବାର ବିଜେପି ପ୍ରାର୍ଥୀ କାଳନ୍ଦୀ ସାମଲଙ୍କୁ ପଛରେ ପକାଇଥିଲେ। ତେବେ ଆଜି ଚତୁର୍ଥ ପର୍ଯ୍ୟାୟରେ ବିଜୁ ଜନତା ଦଳ ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ନାମ ଘୋଷଣା କରିଅଛି । ଏହି ଘୋଷଣା ପରେ ବ୍ରଜଙ୍କ ସମର୍ଥକ ତାଳଚେର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବାଣ ଫୁଟାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Leave a Reply

Your email address will not be published. Required fields are marked *