ଷଷ୍ଠ ଦୟାନନ୍ଦ ମେମୋରିଆଲ୍ କପ୍ – ୨୦୨୬

ଷଷ୍ଠ ଦୟାନନ୍ଦ ମେମୋରିଆଲ୍ କପ୍ – ୨୦୨୬ ପାଇଁ ମହାପ୍ରଭୁଙ୍କ ଶରଣାପନ୍ନ ହେଲେ DAV ଆଲୁମ୍ନି ସଦସ୍ୟପୁରୀ, ୧ ନଭେମ୍ବର: DAV Public School, Puri ର ପୂର୍ବତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆୟୋଜିତ ଷଷ୍ଠ ବାର୍ଷିକ ଦୟାନନ୍ଦ ମେମୋରିଆଲ୍ କପ୍ – ୨୦୨୬ ର ଶୁଭାରମ୍ଭ ପୂର୍ବରୁ ଆଜି ଶ୍ରୀକ୍ଷେତ୍ର ପୁରୀର ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଟ୍ରଫି ପୂଜା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଗ୍ରହଣ କାର୍ଯ୍ୟକ୍ରମ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।ଦୀର୍ଘ ଛଅ ବର୍ଷ ଧରି DAV ଆଲୁମ୍ନି ପୁରୀ ପକ୍ଷରୁ ଏହି କ୍ରୀଡ଼ା ଆୟୋଜନ ନିରନ୍ତର ଭାବେ ଆୟୋଜିତ ହୋଇଆସୁଛି। ଏହା କେବଳ ଏକ କ୍ରୀଡ଼ା ପ୍ରତିଯୋଗିତା ନୁହେଁ, ବରଂ ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକତା, ବନ୍ଧୁତ୍ୱ, ଭାଇଚାରା ଓ କ୍ରୀଡ଼ା ମନୋଭାବକୁ ସୁଦୃଢ଼ କରିବାର ଏକ ମାଧ୍ୟମ। କ୍ରିକେଟ୍, ବ୍ୟାଡମିଣ୍ଟନ୍ ସମେତ ବିଭିନ୍ନ କ୍ରୀଡ଼ାକୁ ଏହି ଆୟୋଜନରେ ସାମିଲ କରାଯାଇଆସୁଛି।

ଚଳିତ ୨୦୨୬ ମସିହାର ଷଷ୍ଠ ସଂସ୍କରଣ ନଭେମ୍ବର ମାସରେ ପୁରୀସ୍ଥିତ ଶ୍ରୀଜଗନ୍ନାଥ ଷ୍ଟାଡିୟମ୍ ଠାରେ ଆୟୋଜିତ ହେବ। ଏଥିରେ DAV Public School, Puri ର ବିଭିନ୍ନ ବ୍ୟାଚ୍‌ର ପୂର୍ବତନ ଛାତ୍ରଛାତ୍ରୀ ଓ ଖେଳାଳିମାନେ ଅଂଶଗ୍ରହଣ କରିବେ। ଏହି ଅବସରରେ ଟ୍ରଫି ଉନ୍ମୋଚନ ଓ ଖେଳାଳି ନିଲାମୀ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ।ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଏହି ଷଷ୍ଠ ସଂସ୍କରଣକୁ ଅଧିକ ଉତ୍ସାହ, ଶୃଙ୍ଖଳା ଓ ସଫଳତାର ସହ ଆୟୋଜନ କରିବା ହେଉଛି ଆୟୋଜକଙ୍କ ମୁଖ୍ୟ ଲକ୍ଷ୍ୟ। ଏହି କ୍ରୀଡ଼ା ମହୋତ୍ସବ ମାଧ୍ୟମରେ ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ମଜବୁତ କରିବା ସହ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ଓ ଉତ୍ସାହ ବୃଦ୍ଧି କରିବାକୁ DAV ଆଲୁମ୍ନି ପୁରୀ ପ୍ରତିବଦ୍ଧ।ଜୟ ଜଗନ୍ନାଥ।

Leave a Reply

Your email address will not be published. Required fields are marked *