୮୦ତମ ସ୍ୱାଧୀନତା ଦିବସ
ଶ୍ରୀକ୍ଷେତ୍ର ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ସାମ୍ନାରେ ୩ଦଳୀୟ ପାର୍ଟି ତରଫରୁ ୮୦ତମ ସ୍ୱାଧୀନତା ଦିବସ ଉପଲକ୍ଷେ ତୀରଙ୍ଗା ପତାକା ଉତ୍ତଳନ କରାଯାଇଛି, ୧୯୪୭,ମସିହା ଅଗଷ୍ଟ ୧୫,ତାରିଖ ଦିନ ଆମ ଦେଶ ସ୍ୱାଧୀନ ହେଇଥିଲା, ଆଜି ୮୦ତମ ସ୍ୱାଧୀନତା ଦିବସ ଉପଲକ୍ଷେ ବିଜେପି, ବିଜେଡି, ଓ କଂଗ୍ରେସ ତରଫରୁ ଶ୍ରୀମନ୍ଦିର ସମ୍ମୁଖ ରେ ସ୍ୱାଧୀନତା ଦିବସ ବେଶ ଆଡମ୍ବର ରେ ପାଳନ କରାଯାଇଛି, ଆଜି ଶାଖାଳ ୮ଘଟିକା ରେ ପୁରୀ ଜିଲ୍ଲା ବିଜେପି ତଥା ପୂର୍ବତନ ବିଧାୟକ ଶ୍ରୀ ଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀ,ଙ୍କ ନେତୃତ୍ୱ ରେ ପତାକା ଉତ୍ତଳନ କରାଯିବା ସହ ବିଜେପି ରାଜ୍ୟସଭା କମିଟି ମେମ୍ବର ଶ୍ରୀଯୁକ୍ତ ମଧୁସୂଦନ ସିଂହାରି ଓ ଦଳୀୟ କର୍ମୀ

ଉପସ୍ଥିତ ରହିଥିଲେ, ପୁରୀ ଜିଲ୍ଲା ବିଜେଡି ତଥା ପୁରୀ ବିଧାୟକ ଶ୍ରୀଯୁକ୍ତ ସୁନୀଲ କୁମାର ମହାନ୍ତି ଙ୍କ ନେତୃତ୍ୱ ରେ ସ୍ୱାଧୀନତା ଦିବସ ଉପଲକ୍ଷେ ତୀରଙ୍ଗା ପତାକା ଉତ୍ତଳନ କରାଯାଇଥିଲା, ପୁରୀଜିଲ୍ଲା କଂଗେସ ତରଫରୁ ମଧ୍ୟ ସ୍ୱାଧୀନତା ଦିବସ ଉପଲକ୍ଷେ ଶ୍ରୀଯୁକ୍ତ ରାଜେଶ ମିଶ୍ର ଙ୍କ ନେତୃତ୍ୱ ରେ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା
