ବିଶ୍ୱ ପାଣିପାଗ ସଂଗଠନର ଉପାଧ୍ୟକ୍ଷ ହେଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର

ଭୁବନେଶ୍ବର : ଓଡିଆ ପୁଅଙ୍କୁ ଗୁରୁ ଦାୟିତ୍ବ। ଭାରତୀୟ ପାଣିପାଗ ବିଭାଗ -ଆଇଏମଡିର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ମିଳିଛି ବଡ଼ ଦାୟିତ୍ୱ । ମୃତ୍ୟୁଞ୍ଜୟ ବିଶ୍ୱ ପାଣିପାଗ ସଂଗଠନ- ଡବ୍ଲୁଏମଓର ତୃତୀୟ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।ସଂଗଠନର ୩ ଜଣ ଉପାଧ୍ୟକ୍ଷଙ୍କ ମଧ୍ୟରେ ମୃତ୍ୟୁଞ୍ଜୟ ସ୍ଥାନିତ ହୋଇଛନ୍ତି । ସାଇକ୍ଲୋନ ମ୍ୟାନ ଅଫ୍ ଇଣ୍ଡିଆ ଭାବେ ପରିଚିତ ମୃତ୍ୟୁଞ୍ଜୟ ମହାପାତ୍ର ଆଇଏମଡି ସହ ୧୯୯୨ରୁ ସଂପୃକ୍ତ ଅଛନ୍ତି। ୨୦୧୯ ମସିହାରେ ମୃତ୍ୟୁଞ୍ଜୟ ଆଇଏମଡିର ମହାନିର୍ଦ୍ଦେଶକ ହୋଇଥିଲେ । ୨୦୧୩ର ମହାବାତ୍ୟା ଫାଇଲିନର ଗତିପଥ ସଠିକ ଭାବେ ଅନୁମାନ କରି ପ୍ରଶଂସିତ ହୋଇଥିଲେ ମୃତ୍ୟୁଞ୍ଜୟ। ବିଶ୍ୱ ପାଣିପାଗ ସଂଗଠନରେ ସେ ପୂର୍ବରୁ ଭାରତର ସ୍ଥାୟୀ ପ୍ରତିନିଧି ରହିବା ସହ ଏହାର କାର୍ଯ୍ୟନିର୍ବାହୀ ପରିଷଦକୁ ୨୦୧୩ରେ ନିର୍ବାଚିତ ହୋଇଥିଲେ। ଏବେ ବିଶ୍ଵ ପାଣିପାଗ ସଂଗଠନର ଉପାଧ୍ୟକ୍ଷ ହୋଇଥିବାରୁ ମୃତ୍ୟୁଞ୍ଜୟଙ୍କୁ ଚାରିଆଡୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି।

Leave a Reply

Your email address will not be published. Required fields are marked *