ଐତିହ୍ୟ ନଗରୀରେ ବେଧଡକ୍ ନିଶା କାରାବର।
ଐତିହ୍ୟ ନଗରୀରେ ବେଧଡକ୍ ନିଶା କାରାବର। ପୁରୀ ସହରରେ ପ୍ରଥମଥର ପାଇଁ ୧୮୩ କିଲୋଗ୍ରାମ ଗଞ୍ଜେଇ ସହ ଲକ୍ଷଲକ୍ଷ ଟଙ୍କା ଜବତ। ଏକ ଭଡାଘରୁ ଗଞ୍ଜେଇ ଜଵତ,ନିଜଘରୁ ପୁଳାପୁଳା ଟଙ୍କା ଜଵତ। ଏଭଳି ଆଶ୍ଚର୍ଯ୍ୟ କଲାଭଳି ଘଟଣା ପୁରୀରେ ଦେଖିବାକୁ ମିଳିଛି। ଯାହାକୁ ନେଇ ଅବକାରୀ ବିଭାଗର ନିଷ୍କ୍ରିୟତା ଉପରେ ପ୍ରଶ୍ନ ଉଠିଥିବା ବେଳେ ସକ୍ରିୟ ହୋଇଛନ୍ତି ନିଶା ବେପାରୀ। ପୁରୀ ପେଣ୍ଠକଟା ମେରାଇନ ଥାନା ଅନ୍ତର୍ଗତ ଗୋପାଳପୁର ପାଖରେ ଥିବା IMT ଫାର୍ମାସୀ କଲେଜ ନିକଟସ୍ଥ ଏକ ଭଡାଘରୁ 176 ଟି ପ୍ୟାକେଟରେ ଏକ କୁଇଣ୍ଟାଲ ୮୩ କିଲୋଗ୍ରାମ ଗଞ୍ଜେଇ ଜଵତ ହୋଇଥିବା ବେଳେ ଘଟଣାରେ ସମ୍ପୃକ୍ତ ଥିବା ଦୁଇଜଣ ଅଭିଯୁକ୍ତଙ୍କୁ ମଧ୍ୟରୁ ଜଣଙ୍କ ଘରୁ ଜବତ ହୋଇଛି ପୁଳାପୁଳା ଟଙ୍କା ସହ କିଛି ଅଳଙ୍କାର, ଓ ଏଟିଏମ୍ କାର୍ଡ। ଦୁଇଜଣ ଅଭିଯୁକ୍ତଙ୍କ ମଧ୍ୟରୁ ପୁରୀ ତାଳବଣିଆ ଥାନା ଅନ୍ତର୍ଗତ ଟିକରପଡା ମହାନ୍ତି ସାହିର କାର୍ତ୍ତିକ ସାମନ୍ତରାୟଙ୍କ ଘରୁ ଜବତ ହୋଇଛି ପ୍ରାୟ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା। ଅନ୍ୟତମ ଅଭିଯୁକ୍ତ ହେଉଛନ୍ତି ତାଳବଣିଆ ଥାନା ଅନ୍ତର୍ଗତ ସିଦ୍ଧମହାବୀର ମୈତ୍ରୀବିହାରର ଦେବେନ୍ଦ୍ର ସାହୁ। ଟିକିଏ ଭଲକରି ନଜର ପକାନ୍ତୁ ଭଡାଘରୁ କିଭଳି ଗଞ୍ଜେଇ ଜବତ କରାଯାଇଛି। 176 ଟି ପ୍ୟାକେଟ୍ ମଧ୍ୟରେ ଗଞ୍ଜେଇକୁ ଭଲଭାବରେ ସିଲ୍ କରାଯାଇ ରଖାଯାଇଥିବା ବେଳେ ଘଟଣାକୁ ନେଇ ଅଧିକ ତଦନ୍ତ ଚାଲିଥିବା କହିଛନ୍ତି ପୁରୀ ଏସପି ପ୍ରତୀକ୍ ସିଂ। ଅନ୍ୟପଟେ ଅଭିଯୁକ୍ତ କାର୍ତ୍ତିକ ସାମନ୍ତରାୟ ମଧ୍ୟ ପ୍ରତିକ୍ରିୟା ରଖି କହିଛନ୍ତି ସେ ସମ୍ପୂର୍ଣ୍ଣ ନିର୍ଦୋଷ। ବାଇଟ୍1- ପ୍ରତୀକ୍ ସିଂ,ଏସପି,,( 1ST CHUNK USE HSBA,,,FRESH ବାଇଟ୍ ରୁ )ବାଇଟ୍2-କାର୍ତ୍ତିକ ସାମନ୍ତରାୟ,,( ଅଭିଯୁକ୍ତ )ବାଇଟ୍3-ସ୍ଥାନୀୟ ବାସୀନ୍ଦାଭିଓ- ଏତେ ପରିମାଣର ଗଞ୍ଜେଇ ପୁରୀ ସହରରୁ ଜଵତ ହେବା ପ୍ରଥମ ଘଟଣା ହୋଇଥିବା ବେଳେ ଅବକାରୀ ବିଭାଗର ନିଷ୍କ୍ରିୟତା ଉପରେ ବଡ ପ୍ରଶ୍ନ ସୃଷ୍ଟି ହୋଇଛି। ପର୍ଯ୍ୟଟନ ଓ ଆଧ୍ୟାତ୍ମିକ ସହର ପୁରୀକୁ ସଦାସର୍ବଦା ପୋଲିସ ଘେରି ରହିଥିବା ବେଳେ କିଭଳି ପ୍ରଶାସନର ନାକ ତଳେ ଏତେ ପରିମାଣରେ ଗଞ୍ଜେଇ ଜଵତ ହେଲା ତାକୁ ନେଇ ଉଠିଛି ପ୍ରଶ୍ନ। ତେବେ ଏତେ ପରିମାଣର ଗଞ୍ଜେଇ ଆସିଲା କେଉଁଠାରୁ ?? ଭଡାଘରୁ ଅପରେଟ୍ ହେଉଥିଲା କି ଗଞ୍ଜେଇ ଚାଲାଣ ??. ଗଞ୍ଜେଇ ଚାଲଣର ମାଷ୍ଟରମାଇଣ୍ଡ ବା କିଙ୍ଗପିନ୍ କିଏ ??? ଗଞ୍ଜେଇ ଜବତ ଘଟଣାରେ ଏହି ଦୁଇଜଣ ଅଭିଯୁକ୍ତଙ୍କ ସମେତ ଅନ୍ୟ କେହି ସାମିଲ ଅଛନ୍ତି କି ??? ଏହାକୁ ନେଇ ଅନେକ ଅସମାହିତ ପ୍ରଶ୍ନ ଉଠିଥିବା ବେଳେ ଅଭିଯୁକ୍ତ କାର୍ତ୍ତିକ ସାମନ୍ତରାୟଙ୍କ ଘର ମଧ୍ୟ ସମ୍ପୂର୍ଣ୍ଣ ସିସିଟିଭି ବଳୟ ମଧ୍ୟରେ ଥିବା ଦେଖିବାକୁ ମିଳିଛି। ସେପଟେ ସହରରେ ପାଟ୍ରୋଲିଂର ଅଭାବକୁ ବୁଦ୍ଧିଜୀବୀମାନେ ଦାୟୀ କରିଥିବା ବେଳେ ନିଶା କାରବାର ଘଟଣାରେ ଅବକାରୀ ବିଭାଗର ପ୍ରୋତ୍ସାହନ ଥିବା ମତ ପ୍ରକାଶ ପାଇଛି। ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତ କାର୍ତ୍ତିକ ସାମନ୍ତରାୟଙ୍କ ଆଉ ଏକ ଘର ଯାଞ୍ଚ କରାଯିବ ବୋଲି ଏସପି କହିଛନ୍ତି। ବାଇଟ୍4- ରମେଶ ସିଂ,,ବୁଦ୍ଧିଜୀବୀବାଇଟ୍5-ପ୍ରତୀକ୍ ସିଂ,,( 2ND CHUNK USE HABA,,FRESH ବାଇଟ୍ ରୁ )ଫାଭିଓ- ଏହି ଘଟଣାରେ ଗୋଟିଏ ଘରୁ ଗଂଜେଇ ଆଉ ଏକ ଘରୁ ପୁଳା ପୁଳା ଟଙ୍କା ଜବତ କରାଯାଇଥିବା ବେଳେ ଅଭିଯୁକ୍ତ କାର୍ତ୍ତିକର ଆଉ ଏକ ଘର ଯାଞ୍ଚ ପରେ ପୋଲିସ ଆଉ କଣ ଠାବ କରୁଛି ତାହା ଉପରେ ସମସ୍ତଙ୍କ ନଜର l
