ମହାପ୍ରଭୁଙ୍କ ଦର୍ଶନ ସହ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଙ୍କୁ ଭେଟିଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ
ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦଙ୍କ ସରସ୍ୱତୀଙ୍କ ଭେଟିଲେ ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସପତ୍ନୀକ ପୂଜ୍ୟ ଜଗଦଗୁରୁଙ୍କ ସାନିଧ୍ୟ ନେଇଛନ୍ତି ଶ୍ରୀ ପ୍ରଧାନ ଓ ତାଙ୍କ ପତ୍ନୀ । ଗୁରୁଜୀଙ୍କ ଦର୍ଶନ ଓ ସାକ୍ଷାତ୍ ପରେ ସେ ପ୍ରତିକ୍ରିୟା ରଖିଛନ୍ତି । ପବିତ୍ର ଜନ୍ମାଷ୍ଟମୀ ଅବସରରେ ମହାପ୍ରଭୁଙ୍କ ଆଶୀର୍ବାଦ ଓ ମହାପ୍ରଭୁଙ୍କ ଦର୍ଶନର ଅନେକ ଆକର୍ଷଣ ଥାଏ ।ସନାତନ ପରମ୍ପରା ଅନୁଯାୟୀ, ମହାପ୍ରଭୁଙ୍କ ଦର୍ଶନ ପୂର୍ବରୁ ,ସନାତନ ଧର୍ମଗୁରୁଙ୍କ ଦର୍ଶନ ଲାଳସା ରହିଥାଏ ।ତେଣୁ ପୂଜ୍ୟ ଗୁରୁଜୀଙ୍କ ଦର୍ଶନ ସାନିଧ୍ୟ, ସୌଭାଗ୍ୟ ପ୍ରାପ୍ତ ହୋଇଛି ।
ତାଙ୍କ ମାର୍ଗଦର୍ଶନ ଓ ଆଶୀର୍ବାଦ ନେବାର ସୌଭାଗ୍ୟ ମଧ୍ୟ ମିଳିଛି।ଆଜିର ଦିନରେ ସାମାଜିକ ସ୍ଥିତି,ଏବଂ ଏହି ସ୍ଥିତିରେ, ପ୍ରତିବଦ୍ଧତା କଣ ରହିବା ଦରକାର ସେ ବିଷୟରେ ସ୍ପଷ୍ଟ ମାର୍ଗଦର୍ଶନ ମିଳିଲା ବୋଲି କହିଛନ୍ତି ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ।ମୋର ସଂସ୍କାର ମତେ ବାରମ୍ବାର ଏହି ସ୍ଥାନକୁ ଟାଣି ଆଣୁଛି ବୋଲି ସେ କହିଛନ୍ତି ।ଅନେକ ପୂର୍ବରୁ ମଧ୍ୟ ଏଠାକୁ ଆସୁଥିଲି ।ପୂଜ୍ୟ ଗୁରୁଜୀଙ୍କ ସହ ବ୍ୟକ୍ତିଗତ ସାନିଧ୍ୟରେ ସବୁବେଳେ ରହି ଆସିଛି ।ସନାତନ ପରମ୍ପରାକୁ ସଦାସର୍ବଦା ସମ୍ମାନ ଦେଇ ଆସିଛି ବୋଲି ସେ କହିଛନ୍ତି ।ବାଇଟ – ଧର୍ମେନ୍ଦ୍ର ପ୍ରଧାନ,ସମ୍ବଲପୁର ସାଂସଦ l
