ମଞ୍ଚରେ ପଡ଼ିଗଲେ ବାଇଡେନ

ଓ୍ବାଶିଂଟନ,୨ା୬: ଆମେରିକାର ବାୟୁସେନା ଏକାଡେମୀରେ ଏକ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ରାଷ୍ଟ୍ରପତି ଜୋ ବାଇଡେନ ମଞ୍ଚରେ ପଡ଼ିଗଲେ। ତେବେ ପଡ଼ିବାର କିଛି ସମୟ ପରେ ତାଙ୍କୁ ସୁରକ୍ଷା କର୍ମୀମାନେ ଉଠାଇ ନେଇଥିଲେ। ବର୍ତ୍ତମାନ ବାଇଡେନ ଭଲ ଥିବା ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ବାଇଡେନ କଲୋରାଡୋର ସ୍ପ୍ରିଙ୍ଗ୍ସରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ନାତକୋତ୍ତରମାନଙ୍କୁ ଅଭିବାଦନ ଜଣାଉଥିଲେ। ତା’ପରେ ସେ ମଞ୍ଚ ଆଗରେ ପଡ଼ିଗଲେ। ଜଣେ ବାୟୁସେନା ଅଧିକାରୀ ଏବଂ ତାଙ୍କ ସୁରକ୍ଷା କର୍ମୀମାନେ ତାଙ୍କୁ ଉଠାଇଥିଲେ।

ହ୍ବାଇଟ୍‌ ହାଉସର ଯୋଗାଯୋଗ ନିର୍ଦ୍ଦେଶକ ବେନ୍‌ ଲାବୋଲ୍ଡ ଟୁଇଟ୍‌ କରି କହିଛନ୍ତି, ବାଇଡେନ ଭଲ ଅଛନ୍ତି। ସେ ହାତ ମିଳାଇବା ସମୟରେ ମଞ୍ଚ ଉପରେ ଥିବା ଏକ ବାଲି ବ୍ୟାଗ୍‌ ସହ ଧକ୍କା ହୋଇଥିଲେ। ଫଳରେ ପଡ଼ିଯାଇଥିଲେ।

Leave a Reply

Your email address will not be published. Required fields are marked *