ଓଡିଶାର ବାହାନଗା ରେଲୱେ ଷ୍ଟେସନ ଆକ୍ସିଡେଣ୍ଟ ପାଇଁ ଦାୟୀ କିଏ ?

ଜଟଣୀ:ଗତ ଶୁକ୍ରବାର ସନ୍ଧ୍ୟାବେଳେ ଓଡ଼ିଶାର ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ବାହାନଗା ବଜାର ଷ୍ଟେସନ ଠାରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣାକୁ ଦେଶର ସର୍ବ ବୃହତମ ଟ୍ରେନ୍‌ ଦୁର୍ଘଟଣାରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଭୟଙ୍କର ଟ୍ରେନ ଦୁର୍ଘଟଣାର କାରଣକୁ ନେଇ ଅନେକ ବୁଦ୍ଧିଜୀବୀ ମାନଙ୍କ ମତ ଆସୁଛି, ଉଚ୍ଚସ୍ତରୀୟ ତଦନ୍ତ ହେବା ଦରକାର, ତେବେ ଯାଇ ପୂରା ଘଟଣା ବାବଦରେ ଜଣା ପଡିବ। ତା ପୂର୍ବରୁ ସତ୍ୟାସତ୍ୟ ବୁଝିବା କଷ୍ଟସାଧ୍ୟ। କାରଣବାହାନଗା ବଜାର ଷ୍ଟେସନର ୪ ଟି ଟ୍ରାକ୍ ଓ ୩ ଟି ପ୍ଲାଟଫର୍ମ। ୪ ଟି ଟ୍ରାକ୍ ମଧ୍ୟରୁ ୨ ଟି ଡାଉନ୍ ଏବଂ ଗୋଟିଏ ଅପ୍ ଲାଇନ ଟ୍ରାକ୍ ଏବଂ ଗୋଟିଏ ଲୁପ୍ ଲାଇନ ଟ୍ରାକ୍। ୧ ନମ୍ବର ପ୍ଲାଟଫର୍ମରେ ଛିଡ଼ା ହୋଇଥିଲା ମାଲବାହୀ ଟ୍ରେନ୍। ଚେନ୍ନାଇ-ହାଓଡ଼ା-ଯଶବନ୍ତପୁର ଏକ୍ସପ୍ରେସ୍ ଦ୍ବିତୀୟ ଡାଉନ ଲାଇନ ଦେଇ ୨ ନମ୍ବର ପ୍ଲାଟଫର୍ମରେ ଗତି କରୁଥିଲା। ଅପ୍ ଲାଇନ ଦେଇ ବାହାନଗା ବଜାର ଷ୍ଟେସନ ଅତିକ୍ରମ କରୁଥିଲା ତିନି ନମ୍ବର ପ୍ଲାଟଫର୍ମ ମଧ୍ୟଦେଇ କରମଣ୍ଡଳ ଚେନ୍ନାଇ-ହାଓଡ଼ା ଏକ୍ସପ୍ରେସ ଡାଉନ୍‌ ଲାଇନରେ।ଚେନ୍ନାଇ-ହାଓଡ଼ା-ଯଶବନ୍ତପୁର ଏକ୍ସପ୍ରେସ୍, ବାହାନଗା ବଜାର ଷ୍ଟେସନ ଅତିକ୍ରମ କରିବାର ମାତ୍ର କିଛି ସମୟ ପରେ ଚେନ୍ନାଇ-ହାଓଡ଼ା-ଯଶବନ୍ତପୁର ଏକ୍ସପ୍ରେସ୍‌ର ୪ ଟି ବଗି ଅପ୍ ଲାଇନ ଉପରକୁ ମାଡ଼ି ଯାଇଥିଲା। ଏହାର ମାତ୍ର କିଛି ମିନିଟ୍ ଭିତରେ ହାଓଡ଼ା ପଟୁ ଅପ୍‌ ଲାଇନରେ ଆସୁଥିବା ସାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍, ଲାଇନଚ୍ୟୁତ ୪ ଟି ବଗିକୁ ପ୍ରବଳ ବେଗରେ ଧକ୍କା ଦେବା ସହ ବଗିଗୁଡ଼ିକ ଉପରକୁ ମାଡ଼ି ଯାଇଥିଲା। ଦୁଇ ଏକ୍ସପ୍ରେସ୍ ଭିତରେ ଏତେ ଜୋର୍‌ରେ ଧକ୍କା ହୋଇଥିଲା ଯେ ୧୭ ଟି ବଗି ଛିନଛତ୍ର ହୋଇଯାଇଥିଲା। ସେତିକି ବେଳେ ଚତୁର୍ଥ ଟ୍ରାକ୍ ତଥା ଲୁପ୍ ଲାଇନ ଟ୍ରାକ୍‌ରେ ଛିଡ଼ା ହୋଇଥିଲା ପୁର୍ବରୁ ଏକ ମାଲବାହୀ ଗାଡ଼ି। ମାଲବାହୀ ଗାଡ଼ି ଭଦ୍ରକ ଆଡ଼କୁ ମୁହଁ କରି ଛିଡ଼ା ହୋଇଥିଲା। ଏହି ଟ୍ରାକ୍‌ଟି କରମଣ୍ଡଳ ଆସୁଥିବା ଅପ୍ ଲାଇନ ଟ୍ରାକର ବାମପଟେ ଥିଲା। ବାହାନଗା ବଜାର ଷ୍ଟେସନର ରେଳ ଗେଟ୍ ଅତିକ୍ରମ କରିବାର ୧୦୦ ମିଟର ଭିତରେ ଯଶବନ୍ତପୁର ଏକ୍ସପ୍ରେସର ୪ ଟି ବଗି ଲାଇନଚ୍ଯୁତ ହୋଇ ସାରିଥିଲା ଯାହାକି ଟୁ ଟାୟାର ଏସି କୋଚ,ଏ ଉଆନ, ଏ ଟୁ, ତାପରେ ପାର୍ସଲ କୋଚ, ଲଗେଜ୍ ବ୍ରେକଭ୍ୟାନ ଓ ଜେନେରେଟରର କୋଚ ଲାଇନଚ୍ଯୁତ ହୋଇ ସାରିଥିଲା। ଏହି ୪ ଟି କୋଚ ଲାଇନଚ୍ଯୁତ ହେବା ସହ କରମଣ୍ଡଳ ଆସୁଥିବା ଅଫ୍ ଲାଇନ ଉପରକୁ ମାଡି ଯାଇଥିଲା। କିଛି କ୍ଷଣ ମଧ୍ୟରେ ସେହି ଲାଇନରେ କରମଣ୍ଡଳ ଏକ୍ସପ୍ରେସ ମାଡି ଆସିବାରୁ ଲାଇନଚ୍ଯୁତ ୪ ବଗିକୁ ଭୀଷଣ ବେଗରେ ଧକ୍କା ଦେବା ସହ ବଗି ଉପରକୁ ଉଠି ସବୁକିଛି ଓଲଟା ପାଲଟା କରିଦେଲା। ପ୍ରଶ୍ନ ଉଠିଛି ଯଦି ସବୁ କିଛି ଠିକଠାକ ଥିଲା, ଏଭଳି ଉପୁଜିବାର କରଣ କଣ ହୋଇ ପାରେ ? ଯେଉଁଟାକି ସାରା ବିଶ୍ବ କୁ ଦୋହଲାଇ ଦେଲା ଆଉ ଏତେ ଗୁଡିଏ ଧନ ଜୀବନ ନଷ୍ଟକରି ପକାଇଲା।ଏଥିପାଇଁ ଦାଇକିଏ ?

Leave a Reply

Your email address will not be published. Required fields are marked *