ଏମ୍ସରେ ରହିଛି ୯୯ ମୃତଦେହ, ପଠା ସରିଲାଣି ୨୪

ଭୁବନେଶ୍ୱର,୫ା୬(ବ୍ୟୁରୋ): ଭୁବନେଶ୍ୱର ଏମ୍ସରେ ଆଉ ୯୯ଟି ମୃତଦେହ ଚିହ୍ନଟ ପାଇଁ ପ୍ରକିୟା ଜାରି ରହିଛି। ମୋଟ୍‌ ୧୨୩ଟି ମୃତଦେହ ମଧ୍ୟରୁ ୨୪ଟି ଚିହ୍ନଟ କରାଯାଇ ପଠାଯାଇଛି। ବାକି ୯୯ ମୃତଦେହ ଏମ୍ସରେ ଚିହ୍ନଟ ପାଇଁ ରହିଛି। ଏହି ମୃତଦେହ ମଧ୍ୟରୁ ପଶ୍ଚିମବଙ୍ଗର ୧୬ଟି, ବିହାରର ୫ଟି, ଓଡ଼ିଶାର ୨ଟି, ଝାଡ଼ଖଣ୍ଡର ଜଣଙ୍କ ମୃତଦେହ ଆମ୍ବୁଲାନ୍ସ ଯୋଗେ ପଠାଯାଇଛି। ଏଥିପାଇଁ ୬୧ଟି ଆମ୍ବୁଲାନ୍ସ ନିୟୋଜିତ ରହିଛି।

ସରକାରଙ୍କ ପକ୍ଷରୁ ହେଲ୍ପ ଡେସ୍କ ମାଧ୍ୟମରେ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି। ଦିଲ୍ଲୀରୁ ଭାରତ ସରକାରଙ୍କ ସତନ୍ତ୍ର ଟିମ୍‌ ଶବ ସଂରକ୍ଷଣ ପାଇଁ ଆସିଛନ୍ତି। ମୃତଦେହକୁ କିଛି ଅଧିକ ଦିନ ସଂରକ୍ଷଣ ପାଇଁ ସେମାନେ ଚେଷ୍ଟା କରୁଛନ୍ତି।

Leave a Reply

Your email address will not be published. Required fields are marked *