ସିଏମ କିଶାନ ଯୋଜନା ର ୫ମ କିସ୍ତି ପ୍ରଦାନ।
ପୁରୀ ଜିଲ୍ଲାର ୧୮୮୨୫୨ ଚାଷୀ ଙ୍କୁ ୩୭,୭୫,୨୩୦୦୦ ଟଙ୍କା ପ୍ରଦାନ।ପୁରୀ ୪/୯ ଆଜି ପବିତ୍ର ଜନ୍ମାଷ୍ଟମୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଚାଷୀ ମାନଙ୍କୁ ସିଏମ କିଶାନ ଅର୍ଥ ସହାୟତା ଅନଲାଇନ ମାଧ୍ୟମରେ ଓୟୁଏଟି କୃଷି ଶିକ୍ଷା ସଦନ କକ୍ଷରୁ ପ୍ରଦାନ କରିଛନ୍ତି।ପୁରୀ ଜିଲ୍ଲାର ୧୮୮୨୫୨ ଜଣ ଚାଷୀ ଙ୍କୁ ୩୭ କୋଟି ୭୫ ଲକ୍ଷ ୨୩ ହଜାର ଟଙ୍କା ସହାୟତା ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି।ଆଜି ସଦଭାବନା ସଭାଗୃହ ଠାରେ ଏହି ଉପଲକ୍ଷେ ଆୟୋଜିତ ପୁରୀ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମତ୍ସ୍ୟ, ପ୍ରାଣୀ ସମ୍ପଦ ବିକାଶ, ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇ ଉପସ୍ଥିତ ଥିବା କୃଷକ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।କୃଷି ଆମ ଦେଶର ଅର୍ଥନୀତି ର ମୁଖ୍ୟ ମାଧ୍ୟମ।କୃଷକ ମାନଙ୍କ ତ୍ୟାଗ, କଠୋର ପରିଶ୍ରମ ଓ ନିଷ୍ଠା ଯୋଗୁଁ ଆମେ ଖାଦ୍ୟ ପାଇ ପାରୁଛନ୍ତି।ସେମାନଙ୍କ ଉନ୍ନତି ଓ ବିକାଶ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ।ପିଏମ କିଶାନ ଓ ସିଏମ କିଶାନ ସହାୟତା କୃଷକ ଙ୍କ ଖାତା କୁ ସିଧାସଳଖ ଯାଉଛି।ଯାହା ସେମାନଙ୍କ କୃଷି ର ବିକାଶ ରେ ସହାୟକ ହେଉଛି।

ଆଜି କୃଷକ ମାନ ଙ୍କୁ ଏହି ସହାୟତା ଅର୍ଥ ପ୍ରଦାନ ସେମାନଙ୍କ ରବି କୃଷି କୁ ଅଧିକ ସମୃଦ୍ଧ କରିବ ବୋଲି ମନ୍ତ୍ରୀ କହିଥିଲେ।ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ତଥା ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର,ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ କୃଷି ଓ କୃଷକ ଙ୍କୁ ସମସ୍ତ ସହଯୋଗ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି ଓ ସେମାନଙ୍କ ସହ ସବୁ ପରିସ୍ଥିତି ରେ ଦୃଢ ହୋଇ ସରକାର ଠିଆ ହୋଇଛନ୍ତି ବୋଲି କହିଥିଲେ।କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ।କାର୍ଯ୍ୟକ୍ରମ ରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶିବାଶିଷ ମିଶ୍ର,ସାକ୍ଷୀଗୋପାଳ ଜିଲ୍ଲା କୃଷି ଅଧିକାରୀ ଡ. ପରେଶ କୁମାର ପଣ୍ଡା,ଜିଲ୍ଲା କୃଷି ଅଧିକାରୀ ନିମାପଡା ସବ୍ୟସାଚୀ ଦାସ,ସିଡିଭିଓ ପିୟୁଷ ପଲ୍ଲବ ପରିଡା,ଜିଲ୍ଲା ମତ୍ସ୍ୟ ଅଧିକାରୀଡ. ମନୋଜ କୁମାର ପାଣି, ଉଦ୍ୟାନ ଅଧିକାରୀ, ମୃତ୍ତିକା ସଂରକ୍ଷଣ ଅଧିକାରୀ,କୃଷି ବୈଜ୍ଞାନିକ ପ୍ରମୁଖ ଯୋଗ ଦେଇଥିଲେ।୧୮୭୭୭୨ କ୍ଷୁଦ୍ର, ମଧ୍ୟମ ଓ ନାମ ମାତ୍ର ଚାଷୀ ଓ ୪୭୦ ଜଣ ଭୂମି ହୀନ ଚାଷୀ ଙ୍କୁ ଏହି ସହାୟତା ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମ କୁ ଯୋଜନା ଅଧିକାରୀ ସଚ୍ଚିଦାନନ୍ଦ ପ୍ରଧାନ ପରିଚାଳନା କରିଥିଲେ।କୃଷି ବିଭାଗର ଅନ୍ୟାନ୍ୟ ଅଧିକାରୀ, କୃଷକ ମାନେ ଯୋଗ ଦେଇଥିଲେ।
