କୋଣାର୍କ ଏନଏସି ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳନ

କୋଣାର୍କ:୪/୯ – କୋଣାର୍କ ଏନଏସି ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳନ ପରିପ୍ରେକ୍ଷୀରେ ଗୁରୁବାର ସନ୍ଧ୍ୟାରେ ଫ୍ଲଡ ଲାଇଟର ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। କୋଣାର୍କ ପ୍ରେସ ଏକାଦଶ ଓ ଏନଏସି ଏକାଦଶ କୁ ନେଇ କଲ୍ୟାଣ ମଣ୍ଡପ ପରିସରରେ ଫ୍ଲଡ ଲାଇଟର ୧୦ ଓଭର ବିଶିଷ୍ଠ ବନ୍ଧୁତ୍ୱପୂର୍ଣ୍ଣ ସର୍ଟ ବାଉଣ୍ଡରି କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବେ ଏନଏସି ଅଧକ୍ଷା ସଂଯୁକ୍ତା ତ୍ରିପାଠୀ, ପର୍ଯ୍ୟଟନ ଅଧିକାରୀ ମାମିନୀ ପରିଡା, ଉପାଧକ୍ଷ ସୁରେଶ ଚନ୍ଦ୍ର ରାଉତରାୟ ,ଚନ୍ଦ୍ରଭାଗା ମେରାଇନ ଥାନା ଅଧିକାରୀ ସରସ୍ୱତୀ ସାହୁ, ସାଂସଦ ପ୍ରତିନିଧି ମଙ୍ଗରାଜ ମୁଦୁଲି, ସମାଜସେବୀ ରାମକୃଷ୍ଣ ମହାନ୍ତି, ମନୋଜ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ଖେଳକୁ ଉଦ୍ଘାଟନ କରି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। କୋଣାର୍କ ସ୍ପୋର୍ଟ ଏକାଡେମୀ ସଭାପତି ଚନ୍ଦ୍ରଶେଖର ରାଉତରାୟ, ଏନଏସି ଏକାଦଶ କ୍ୟାପଟେନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ପଦ୍ୟୁମ୍ନ ଜେନା ଓ

କୋଣାର୍କ ପ୍ରେସ ଏକାଦଶ କ୍ୟାପଟେନ ସାମ୍ବାଦିକ ବିଚିତ୍ର ଓଝା ଏଵଂ ଦ୍ବୟ ଅମ୍ପାୟର ରମେଶ ସ୍ୱାଇଁ ଓ ଦୀପ୍ତି ରଞ୍ଜନ ବାରିକ ଟଚ ପକାଇଥିଲେ । ଏଥିରେ କୋଣାର୍କ ଏନଏସି ଏକାଦଶ ଟଚ ଜିତି କୋଣାର୍କ ପ୍ରେସ ଏକାଦଶ କୁ ପ୍ରଥମେ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଥିଲେ। ପ୍ରେସ ଏକାଦଶ ପକ୍ଷରୁ ପ୍ରଥମେ । ୧୦ ଓଭର ବିଶିଷ୍ଠ ଏହି ମ୍ୟାଚରେ ସାମ୍ବାଦିକ ଜ୍ଞାନ ରଞ୍ଜନ ବିଶ୍ୱାଳଙ୍କ ଦମଦାର ୩୩ ରନ ବଳରେ ୬ ୱିକେଟ୍ ହରାଇ ସମୁଦାୟ ୭୬ ରନ କରିଥିଲା। ଏନଏସି ଏକାଦଶ କୌଣସି ୱିକେଟ ନହରାଇ ୪ ଓଭରରେ ୭୭ ରନ କରି ବିଜୟୀ ହୋଇଥିଲେ । ଅନୁରୂପ ଭାବେ ଦ୍ବିତୀୟ ପର୍ଯ୍ଯାୟରେ କୋଣାର୍କ ସ୍ପୋର୍ଟସ ଏକାଡେମୀ ଓ ଏନଏସି ଏକାଦଶ ମଧ୍ୟରେ ୧୦ ଓଭର ବିଶିଷ୍ଟ ବନ୍ଧୁତପୂର୍ଣ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ କୋଣାର୍କ ସ୍ପୋର୍ଟସ ଏକାଡେମୀ ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୭ ଓ୍ବିକେଟ ହରାଇ ୭୮ ରନ କରିଥିଲା । ଏହାର ଜବାବରେ କୋଣାର୍କ ଏନଏସି ଏକାଦଶ ୯. ୩ ଓଭର ବଲରେ ୮୨ ରନ କରି ବିଜୟ ହାସଲ କରିଥିଲେ। ଏହି ବନ୍ଧୁତାପୂର୍ଣ କ୍ରିକେଟ ମ୍ୟାଚରେ କୋଣାର୍କ ଏନଏସି ଏକାଦଶ ବିଜୟୀ ହୋଇ ଅଧିନାୟକ ପ୍ରଦ୍ୟୁମ୍ନ କୁମାର ଜେନା ଚମ୍ପିୟନ ଟ୍ରଫି ଅତିଥି ମାନଙ୍କ ଠାରୁ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *