ତାଣ୍ଡବଲୀଳା ରଚିଲା କାଳ ବୈଶାଖୀ

ଆସିକା:୧୦/୦୬ ଦିନ ଅପରାହ୍ନ ୨ଟାରୁ ଆରମ୍ଭ ହେଲା ତାଣ୍ଡବଲୀଳା। ଦୀର୍ଘ ୩ଘଣ୍ଟା ପର୍ଯ୍ୟନ୍ତ ରଚିଲା ଲୀଳା। ବିରାଟକାୟ ବୃକ୍ଷ ସାଂଗ କୁ ୫ଟି ଇଲେକ୍ଟ୍ରି ଖୁଣ୍ଟ ଧରାସାୟୀ ହେଲା । ରାସ୍ତା ଘାଟ ୫ଘଣ୍ଟା ପାଇଁ ଯାତାୟାତ ଠପ୍ ହୋଇଗଲା। ବହୁ ଗଛ ବି ବଡ ବଡ ଡାଳ ଛିଡି ରାସ୍ତା ପଡ଼ି ଅବରୋଧ ହେଲା।ଝଡ ତୋଫାନ ଯୋଗୁଁ ରାସ୍ତା କଡ଼ରେ ଛିଡ଼ା ହୋଇ ଥିବା ଗାଡ଼ି ଗୁଡ଼ିକୁ ଓଲଟାଇ କିଛି ରାସ୍ତା ଆଗକୁ ନେଇଗଲା ବହୁ ଲୋକ ଛପର ଉଡ଼ାଇ ଦେଲା।୫ଟି ଖୁଣ୍ଟ ଭାଙ୍ଗିରୁଜି ଯାଇ ତା’ର ଛିଣ୍ଡି ଯାଇଛି।ଆଜି ସେହି ଅଂଚଳରେ ବିଦ୍ୟୁତ ସଂଯୋଗ ହୋଇପାରିବ ନାହିଁ ।

Leave a Reply

Your email address will not be published. Required fields are marked *