74ତମ ବନ ମହୋତ୍ସବ ସପ୍ତାହ ପାଳନ
ଧରିତ୍ରୀ ‘ମା’ ସୁରକ୍ଷା ପାଇଁ ବୃକ୍ଷ ରୋପଣ ଡେଲାଙ୍ଗ, “74ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ “ମେକ୍ ଇନ ଇଣ୍ଡିଆ ଆଣ୍ଡ ମିଡ଼ିଆ ପରିବାର “ଓ ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠ ର ଇକୋ କ୍ଳବ, ଗଙ୍ଗପୂରପାଟଣା ମିଳିତ ଆନୁକୂଲ୍ୟରେ ଶୁକ୍ରବାର ବିଦ୍ୟାପୀଠ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ଦାସ ଓ “ମେକ୍ ଇନ ଇଣ୍ଡିଆ ଆଣ୍ଡ ମିଡ଼ିଆ ପରିବାର” ର ପରିଚାଳନା ନିର୍ଦ୍ଦେଶକ ତଥା ପ୍ରକୃତି ବନ୍ଧୁ ଦିଲ୍ଲୀପ କୁମାର ଧାଉଡ଼ିଆଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଧରିତ୍ରୀ ମା ର ସୁରକ୍ଷା ପାଇଁ ନଡ଼ିଆ, ବେଲ, ନିମ୍ବ,ପିଜୁଳି, ଆତ ଇତ୍ୟାଦି ବୃକ୍ଷ ବିଦ୍ୟାପୀଠ ପରିସରରେ ରୋପଣ କରାଯାଇଥିଲା !ବରିଷ୍ଠ ଶିକ୍ଷକ ଲଡ଼ୁ କିଶୋର ସାମନ୍ତସିଂହାର, କୁଶବନ୍ତ କଅଁର, ଦିଗବିଜୟୀ ଭାସ୍କଡାଗାମା, ଶିକ୍ଷୟତ୍ରୀ ବିଷ୍ନୁପ୍ରିୟା ସାହୁ, ସ୍ତୁତିସନ୍ଧ୍ୟା ମହାରଣା, ଲିପିକା ଭୋଇ ଓ ଶିକ୍ଷା କର୍ମଚାରୀ ପବିତ୍ରମୋହନ ସାହୁ ସମେତ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଏହି ମହାନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିବା ସହିତ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ! ଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଲଡ଼ୁ କିଶୋର ସାମନ୍ତସିଂହାର କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ !
