ରେଙ୍ଗଳ ଉନ୍ନୀତ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନମହୋତ୍ସବ ପାଳନ
ଡେଲାଙ୍ଗ, ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ରେଙ୍ଗଳ ପଞ୍ଚାୟତର ରେଙ୍ଗଳ ଉନ୍ନୀତ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନମହୋତ୍ସବ ପାଳିତ ହୋଇଯାଇଛି। ପରିବେଶ କର୍ମି ତଥା ଅବସରପ୍ରା ଶିକ୍ଷକ ମିଟୁ କିଶୋର ପ୍ରଧାନଙ୍କ ସଭାପତିତ୍ବରେ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ଉକ୍ତ ସଭାରେ ମୂଖ୍ୟ ଅତିଥି ଭାବେ ମଣ୍ଡଳ ସହ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ ପ୍ରଧାନ, ମୂଖ୍ୟ ବକ୍ତାଭାବେ ରେଞ୍ଚ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ପ୍ରଧାନ, ସମ୍ମାନୀତ ଅତିଥି ଭାବେ ହରିପୁର ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ମନୋରଞ୍ଜନ ମହାରଣା, ବିଦ୍ୟାଳୟ ପରିଚାଳନା କମିଟର ଚେୟାରମ୍ୟାନ ଶ୍ରୀଯୁକ୍ତ ଧାଡୁବନ୍ଧୁ ଲେଙ୍କା ଯୋଗଦେଇଥିବା ବେଳେ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ସହିତ ବିଦ୍ୟାଳୟର ଶିକ୍ଷୟିତ୍ରୀ ସଞ୍ଜୁକ୍ତା ଦାସ, ବାସନ୍ତୀ ଜଙ୍କ, ଉର୍ମିଳା ପ୍ରଧାନ, ପ୍ରିୟଙ୍କା ମୁଣ୍ଡା ମାଝୀ,ଲକ୍ଷ୍ମୀ ହୋ , ପ୍ରଧାନ ଶିକ୍ଷକ ମଙ୍ଗୁଳି ପରିଡା ଓ ବିଦ୍ୟାଳୟ ପରିଚାଳନା କମିଟର ସଭ୍ୟ ସଭ୍ୟା ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଯୋଗଦେଇଥିଲେ। ବକ୍ତାମାନେ ଉକ୍ତ ସପ୍ତାହର ଆଭିମୁଖ୍ୟ ଓ ବୃକ୍ଷର ଉପକାରିତା ସଂପର୍କରେ ବକ୍ତବ୍ୟ ରଖିବା ସହିତ ପ୍ରତ୍ୟେକ ପିଲା ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ଆହ୍ଵାନ ଦେଇଥିଲେ।ସର୍ବ ଶେଷରେ ପ୍ରଧାନ ଶିକ୍ଷକ ମଙ୍ଗୁଳି ପରିଡା ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ବିଦ୍ୟାଳୟ ପ୍ରାଙ୍ଗଣରେ ୪୦ଟି ନଡ଼ିଆ ଚାରା ୨ଟି ବଉଳ ଚାରା ଓ ୪ଟିଆମ୍ବ ଚାରା ରୋପଣ କରାଯାଇଥିଲା।
