ବିଜୁ ମଇଦାନ ରେ ଉଦଘାଟିତ ହୋଇଯାଇଛି ଜାତୀୟ ବାଣିଜ୍ୟ ମେଳା

ପାରାଦୀପ ବିଜୁ ମଇଦାନ ରେ ଉଦଘାଟିତ ହୋଇଯାଇଛି ଜାତୀୟ ବାଣିଜ୍ୟ ମେଳା, ଏହି ବାଣିଜ୍ୟ ମେଳାକୁ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି ପାରାଦୀପ ପୌରାଧକ୍ଷ ବସନ୍ତ ବିଶ୍ବାଳ। ୭ ତାରିଖ ରୁ ୨୫ ତାରିଖ ପର୍ଯ୍ୟନ୍ତ 19 ଦିନ ଆୟୋଜିତ ଏହି ବାଣିଜ୍ୟ ମେଳାରେ ଓଡିଶା ତଥା ରାଜ୍ୟ ବାହାରୁ ବ୍ୟବସାୟୀ ମାନେ ନିଜର ବ୍ୟବସାୟ ପସରା ଖୋଲିବା ସହିତ ଆଶାଜନକ ବ୍ୟବସାୟ ହେବା ନେଇ ବ୍ୟବସାୟୀ ମାନେ ଆଶା ରଖିଛନ୍ତି l ପାରାଦୀପ ଭାରତ ବର୍ଷରେ ପ୍ରମୁଖ ବନ୍ଦର ଭାବରେ କ୍ଷାତିଲାଭ କରିବା ସହିତ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ପାରାଦୀପ ପ୍ରମୁଖ ଭୂମିକା ଗ୍ରହଣ କରିଛି l ଏଥି ମଧ୍ୟରୁ ପାରାଦୀପ ର ବେଳାଭୂମି ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଠ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି l ପାରାଦୀପ ବିଜୁ ମଇଦାନ ବେଳାଭୂମି ରେବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବା ସହିତ ଏହା ପାରାଦୀପ ବାସୀଙ୍କ ନିକଟରେ ବେଶ ଆଦୃତ ହୋଇଛି l ଚଳିତ ବାଣିଜ୍ୟ ମେଳାରେ ବିଭିନ୍ନ ଷ୍ଟଲ ପଡିବା ସହିତ ପିଲାମାନଙ୍କ ପାଇଁ ଖେଳ ସରଞ୍ଜାମ, ଖାଇବା ଷ୍ଟଲ ଗ୍ରାହକ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛ

ରୀତା ସାହୁ

Leave a Reply

Your email address will not be published. Required fields are marked *