ତୃତୀୟ ନକ୍ସରେ ଉପକୂଳ ରାଜପଥ ନିର୍ମାଣ ପାଇଁ ବାଲିକୁଦା ବିକାଶ ପରିଷଦ ପକ୍ଷରୁ ଦାବି
ତୃତୀୟ ନକ୍ସରେ ଉପକୂଳ ରାଜପଥ ନିର୍ମାଣ ପାଇଁ ବାଲିକୁଦା ବିକାଶ ପରିଷଦ ପକ୍ଷରୁ ଦାବି ।- କେନ୍ଦ୍ର ସରକାରଙ୍କ ଭାରତମାଳା ପରିଯୋଜନାରେ ନିର୍ମାଣ ହେବାକୁ ଥିବା ଉପକୂଳ ଜାତୀୟ ରାଜପଥର ତୃତୀୟ ନକ୍ସା ସପକ୍ଷରେ ବାଲିକୁଦା ବିକାଶ ପରିଷଦ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଆମ୍ବଶାଳ ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ଏହି ସମ୍ମିଳନୀରେ ବାଲିକୁଦା ବ୍ଲକର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ବିକାଶ ପରିବର୍ତ୍ତେ ସମଗ୍ର ବାଲିକୁଦା ଅଂଚଳର ବିକାଶ ପାଇଁ ସରକାର କ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ତୃତୀୟ ନକ୍ସା ରେ ଉପକୂଳ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ କୁ ତ୍ବରାନିତ କରିବାକୁ ବାଲିକୁଦା ବିକାଶ ପରିଷଦ ଦାବି କରିଛନ୍ତି । ଖୁବ ଶୀଘ୍ର ତୃତୀୟ ନକ୍ସା କୁ ଟେଣ୍ଡର ଲାଗି ସରକାର ପଦକ୍ଷେପ ନେବାକୁ ପରିଷଦ ର କର୍ମକର୍ତ୍ତା ମାନେ ମତବ୍ୟକ୍ତ କରିଥିଲେ । ତେବେ ତୃତୀୟ ନକ୍ସା କୁ ରାଜ୍ୟ ଓ କେନ୍ଦ୍ର ସରକାର ସ୍ୱୀକୃତି ପ୍ରଦାନ କରିଥିବା ବେଳେ ନିର୍ମାଣ କାର୍ଯ୍ୟ କୁ ତ୍ୱରାନ୍ୱିତ ପାଇଁ ରାଜପଥ କୁ ୪ଟି ପ୍ୟାକେଜ ରେ ବିଭକ୍ତ କରାଯାଇଛି । ତେବେ ଏହି ତୃତୀୟ ପ୍ୟାକେଜର 42 କିଲୋମିଟର ରାସ୍ତା କାକଟପୁର ଠାରୁ ନାଉଗାଁ ମଧ୍ୟ ଦେଇ ବାଲିକୁଦା ବ୍ଳକ ଆମ୍ବଶାଳ, ଅଢ଼ଙ୍ଗା, ବଡ଼ଗାଁ, ବୋରିକିନା ଓ ତିତିରା ଗ୍ରାମ ଦେଇ ଏରସମା ରାସ୍ତା କୁ ସଂଲଗ୍ନ ହେଉଛି । ତେବେ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ତୃତୀୟ ପ୍ୟାକେଜ କୁ ବିରୋଧ କରୁଥିବା ବେଳେ ବାଲିକୁଦା ବିକାଶ ପରିଷଦ ଏହାକୁ ସମର୍ଥନ କରିବା ସହିତ ଟେଣ୍ଡର କରି କାର୍ଯ୍ୟ ଆରମ୍ଭ କରିବାକୁ ଦାବି କରିଛନ୍ତି ।
