ମା ଶାରଳାଙ୍କ ମନ୍ଦିର କୁ ମୋବାଇଲ ମନା
ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଲାଗୁ ହେଲା ନୂଆ ନିୟମ ଶାରଳାଙ୍କ ମନ୍ଦିର କୁ ମୋବାଇଲ ମନା ମନ୍ଦିର ରେ ମାଆ ଙ୍କ ବିଗ୍ରହର ଫୋଟୋ ଉଠାଇବା ନିଷେଧ ବେଢା ମଧ୍ୟରେ ଫଟୋ ଉଠାଇଲେ ଜରିମାନା ଲାଗୁ ଦେବ ମନ୍ଦିର ମଧ୍ୟକୁ ପଲିଥିନ ମନା ଅବିବାହିତ ସେବକଙ୍କ ଗର୍ଭ ଗୃହ ପ୍ରବେଶ ଉପରେ କଟକଣାଆଙ୍କର – ପ୍ରସିଦ୍ଧ ଝଙ୍କଡ଼ ମା ଶାରଳାଙ୍କ ମନ୍ଦିରରେ କେତେକ ନୂଆ ନିୟମ ଜାରି କରାଯାଇଛି । ଏଥିରେ ମାଙ୍କ ନୀତିକାନ୍ତିରେ ସଂସ୍କାର, ଯାତ୍ରୀଙ୍କ ସୁରକ୍ଷା, ପୀଠର ପବିତ୍ରତା ରକ୍ଷା ଓ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ଆରୋପ କରାଯାଇଛି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହେଲା ନୂଆ ନିୟମ । ମା ଶାରଳାଙ୍କ ମନ୍ଦିରରେ ଲାଗିଲା ନୂଆ ନିୟମ । ମା ଶାରଳାଙ୍କ ମନ୍ଦିର କୁ ମୋବାଇଲ ମନା । ମନ୍ଦିର ରେ ମାଆ ଙ୍କ ବିଗ୍ରହର ଫୋଟୋ ଉଠାଇବା ନିଷେଧ କରା ଯାଇଛି । ସେହିପରି ବେଢା ମଧ୍ୟରେ ଫଟୋ ଉଠାଇଲେ ଜରିମାନା ଲାଗୁ ହେବା ସହିତ ମନ୍ଦିର ମଧ୍ୟକୁ ପଲିଥିନ ମନା କରାଯାଇଛି । ଏହା ସହିତଅବିବାହିତ ସେବକ ବା ଯେଉଁ ମାନେ ବ୍ରତ ହୋଇ ନାହାଁନ୍ତି ସେମାନେ ଗର୍ଭ ଗୃହ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଏହା ସହିତ ନିର୍ଦ୍ଦିଷ୍ଟ ସମୟ ବ୍ୟତୀତ ମାଙ୍କ ବିଗ୍ରହରୁ ଚନ୍ଦନ ଓ ଫୁଲମାଳ ଆଣିବା ମଧ୍ୟ ନିଷେଧ କରାଯାଇଛି । ଏହାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯିବା ସହିତ କିଛି ସେବାୟତ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତେଣୁ ଏହି ନିୟମ ରେ କିଛିଟା ପରିବର୍ତ୍ତନ ଆଣିବାକୁ ସେବାୟତ ମାନେ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ 18ଟି ପ୍ରସ୍ତାବ କୁ ସ୍ୱୀକୃତି ପ୍ରଦାନ କରିଛନ୍ତି କୋର କମିଟି। ଏହି କମିଟିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ, ତିର୍ତ୍ତୋଲ ତହସିଲଦାର, ବରିଷ୍ଠ ସେବାୟତ ମାନେ ମଧ୍ୟ ଉପସ୍ଥିତ ଥିବା ଜଣାପଡିଛି । ଏହା ସହିତ ମାଆ ଙ୍କ ନୀତିକାନ୍ତି ସଂସ୍କାର ଉପରେ ଗୁରୁତ୍ୱ ଦିଆଯାଇଛି । ପଣ୍ଡା ସେବକ ମାନେ ଭକ୍ତ, ଯାତ୍ରୀ ଓ ମନ୍ଦିର କର୍ମଚାରୀ ମାନଙ୍କୁ ଖରାପ ବ୍ୟବହାର କଲେ ପୋଲିସ କୁ ଲିଖିତ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ଏହା ସହିତ ଯାତ୍ରୀ ମାନଙ୍କୁ ଘର ପଚାରି ବିରକ୍ତ କଲେ , ଜୁଲମ କରି ଅର୍ଥ ଆଦାୟ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ମନ୍ଦିର ମଧ୍ୟରେ ପାନପିକ ଓ ଅଳିଆ ଅବର୍ଜନା ନିର୍ଦ୍ଦିଷ୍ଟ ସ୍ଥାନରେ ନ ପକାଇଲେ ଦଣ୍ଡବିଧିର ବ୍ୟବସ୍ଥା ହୋଇଛି । ତେଣୁ ମାଆ ଙ୍କ ନିକଟକୁ ଆସୁଥିବା ଯାତ୍ରୀମାନେ ମଧ୍ୟ ଏହି ନିୟମ କୁ ସ୍ୱାଗତ କରିଛନ୍ତି । – ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଆ ଶାରଳା ଙ୍କ ମନ୍ଦିରରେ ଜାରି କରାଯାଇଥିବା ନିୟମ କୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇ ଥିବାବେଳେ ତାହା ଆଗକୁ କେତେ କାର୍ଯ୍ୟ କାରୀ ହେଉଛି ତାହା ଉପରେ ସମସ୍ତଙ୍କ ନଜର ।
Reporter- Rita Sahoo
