FIRE IN MEDICAL
ଟଳିଗଲା ବଡ ରକମର ଵିପଦ। ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଉଟଡୋରରେ ଲାଗିଥିବା ACର ଆଉଟଡୋରର ଫ୍ୟାନ ଚେମ୍ବରଟି ହୁତୁହୁତ ହୋଇ ଜଳି ଉଠିଥିଲା। ଯାହାକୁ ନେଇ ରୋଗୀ, ରୋଗୀଙ୍କ ସମ୍ପର୍କୀୟ ଓ କର୍ମଚାରୀ, ଡାକ୍ତର ସମସ୍ତେ ଭୟଭୀତ ହୋଇଥିଲେ। ସମସ୍ତେ ଏଣେତେଣେ ଭୟଭୀତ ହୋଇ ଦୌଡ଼ି ଥିଲେ। ତୁରନ୍ତ ଦମକଳ ବାହିନୀକୁ ଫୋନ କରିଥିଲେ ମଧ୍ୟ ଦମକଳ ବାହୀନ ବିଳମ୍ବରେ ଆସିଥିଲେ। ଟାଉନଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ସ୍ଥାନୀୟ ଲୋକମାନେ ସାହାଯ୍ୟରେ ଇଲେକ୍ଟ୍ରିସିଆନ ପହଞ୍ଚି ବିଦ୍ୟୁତ କାଟିବା ସହ AC କନେକସନ କାଟି ନିଆଁକୁ ନିଜ ଆୟତ୍ତକୁ ନେଇଥିଲା। ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଦମକଳ ବାହୀନ ବିଳମ୍ବରେ ପହଞ୍ଚି ଔପଚାରିକ ଭାବରେ ପହଞ୍ଚି ଯାଞ୍ଚ କରି ଫେରିଥିଲେ। ମଧ୍ୟ ରାତିରେ ଆଉଟଡୋରରେ ଗହଳି ନଥିଲା ମଧ୍ୟ କାର୍ଯ୍ୟରତ ଡାକ୍ତର, କର୍ମଚାରୀ, ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ମାନେ ବଡ ଧରଣର ବିପଦରୁ ରକ୍ଷା ପାଇଥିଲେ। ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ୧୮ ଲକ୍ଷ ଲୋକଙ୍କ ସମେତ ଆଖପାଖ ଜିଲ୍ଲାର ଲୋକମାନେ ନିର୍ଭର କରୁଥିଲେ ମଧ୍ୟ ଏପରି ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
reporter – punil Kumar
