ଲଜିଂ ସିଲ
ରଥଯାତ୍ରା ସମୟରେ ଏସଓପି ଓ କଟକଣା ଉଲଘଂନ କରିବା ଅଭିଯୋଗରେ ପୁରୀ ବଡଦାଣ୍ଡର ବଳଗଣ୍ଡି ଛକରେ ଥିବା ଗଙ୍ଗା ଲଜକୁ ସିଲ୍ କଲା ଜିଲ୍ଲା ପ୍ରଶାସନ l ବାହାର ଲୋକଙ୍କୁ ଲଜ୍ ରେ ରଖିବା ସହ ଛାତ ଉପରେ ଓ ବାଲକୋନୀରେ ରହି ରଥ ଦେଖିବା ଅଭିଯୋଗରେ ସିଲ୍ ହେଲା ଲଜ୍ l ଆଜି ସନ୍ଧ୍ୟାରେ ପୁରୀ ତହସିଲଦାର ଓ କୁମ୍ଭାରପଡା ଥାନା ପୋଲିସ ରହି ସିଲ୍ କରିଲେ। ରଥଟଣା ସମୟରେ ଏହି ଲଜ୍ ଉପରେ କିଛି ଭକ୍ତ ରହି ରଥାରୂଢ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଦେବୀ ସୁଭଦ୍ରାଙ୍କର ଦର୍ଶନ କରୁଥିଲେ। ଏହି ସମୟରେ ପୋଲିସ ମନା କରିଥିଲେ ମଧ୍ୟ ତାକୁ ଭୃକ୍ଷେପ କରିନଥିଲେ ଯାହାକୁ ନେଇ ଆଜି କାର୍ଯନୁଷ୍ଠାନ ନିଆଯାଇଛି ଏବଂ ସିଲ କରାଯାଇଛି। ସେପଟେ ବଡଦାଣ୍ଡର ଉଭୟପାର୍ଶ୍ୱରେ ଯୋଉ ବ୍ୟକ୍ତିବିଶେଷଙ୍କ ଘର ରହିଛି ଓ ଯୋଉମାନେ ରଥଟଣା ସମୟରେ ଘରର ଛାତ ଓ ବାଲକୋନି ଉପରେ ରହି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ସେମାନଙ୍କ ଉପରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି। ଅନ୍ୟପଟେ କିଛି ଇସ୍କନ ଭକ୍ତ ମଧ୍ୟ ରଥଟଣା ସମୟରେ ବିଭିନ୍ନ ଛାତରେ ରହି ସୋସିଆଲ ମିଡିଆରେ ସେମାନଙ୍କ ଫଟୋ ପୋଷ୍ଟ କରିଥିଲେ। ସେମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି।
