ଏକ୍ସ ବିଡସ୍ ଆବାସିକ କାର୍ଯ୍ୟକ୍ରମ ୨୦୨୩-୨୪

ଓଡ଼ିଶାରେ ସମସାମୟିକ କଳା ଏବଂ ହସ୍ତଶିଳ୍ପର ସମୃଦ୍ଧି ଓ କଳାକାରମାନଙ୍କୁ ସଶକ୍ତ କରିବା ପାଇଁ ବେଲଗଡିଆ ପ୍ୟାଲେସ୍ ରେ ଏକ୍ସ ବିଡସ୍ ଆବାସିକ କାର୍ଯ୍ୟକ୍ରମ ୨୦୨୩-୨୪ ବେଲଗାଡିଆ ପ୍ୟାଲେସ୍ ଏବଂ ଭୁବନେଶ୍ୱର ଏକ୍ସପେରିମେଣ୍ଟାଲ୍ ଆର୍ଟ ଏବଂ ଡିଜାଇନ୍ ଷ୍ଟୁଡିଓ (BEADS) ର ଏକ ପ୍ରଦର୍ଶନୀ ୯ ଜୁଲାଇ ୨୦୨୩ ରେ ଭୁବନେଶ୍ୱରସ୍ଥିତ ପ୍ରେସ୍ କ୍ଲବରେ ଆୟୋଜିତ ହୋଇଯାଇଛି l ଏହି ପ୍ରଦର୍ଶନୀ ରେ ମୁଖ୍ୟ ଅତିଥି ଭାବେ ଧରିତ୍ରୀ ଓ ଓରିଶା ପୋଷ୍ଟ ର ସମ୍ପାଦକ ଶ୍ରୀଯୁକ୍ତ ତଥାଗତ ଶତପଥି ଯୋଗଦେଇଥିଲେ l ଅନୁଷ୍ଠାନ ସହିତ ଜଡିତ ଥିବା ତଥା ମୁମ୍ବାଇ ରୁ ନିମନ୍ତ୍ରିତ ହୋଇଥିବା କଳାକାର ରୋହିତ କାଲେ, କ୍ଯୁରେଟର ଶିବଦାସ ସେନଗୁପ୍ତା ଓ ଜୁଲିୟସ ଦାସ, ମୟୁରଭଞ୍ଜ ରାଣୀ ରଶ୍ମି ରାଜ୍ୟ ଲକ୍ଷ୍ମୀ ଭଞ୍ଜ ଦେଓ ଏବଂ ପ୍ରଜ୍ଞା ମିଶ୍ର ମାର୍କେଟିଙ୍ଗ ନିର୍ଦ୍ଦେଶିକା ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ, ସମସାମୟିକ କଳାକାରମାନଙ୍କ ପାଇଁ ସେମାନଙ୍କର ସୃଜନଶୀଳତା, ସେମାନଙ୍କର କଳା ଦୃଷ୍ଟିକୋଣକୁ ବିସ୍ତାର କରିବା ଏବଂ ଅର୍ଥପୂର୍ଣ୍ଣ ସହଯୋଗକୁ ବୃଦ୍ଧି କରିବା ପାଇଁ ଅତୁଳନୀୟ ସୁଯୋଗ ପ୍ରଦାନ କରିବା ଲକ୍ଷ୍ୟରେ ଆୟୋଜିତ ହୋଇଥିଲା l ଓଡିଶାର ଜୀବନ୍ତ କଳା ଏବଂ ହସ୍ତଶିଳ୍ପକୁ ଆଗକୁ ନେବା ଲକ୍ଷ୍ୟରେ ସ୍ଥାନୀୟ କଳାକାର ଓ କାରିଗରମାନଙ୍କ ସହଯୋଗରେ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣର ସୂକ୍ଷ୍ମ ଶିଳ୍ପ କ୍ଲଷ୍ଟରଗୁଡିକୁ ଅନୁସନ୍ଧାନ ଓ ଅନ୍ୱେଷଣ କରିବା ଓ ୨୦୨୩-୨୪ ପର୍ଯନ୍ତ ସବାଇ ଘାସ ଠାରୁ ଏହି କାର୍ଯକ୍ରମ ଆରମ୍ଭ l ଏହି ଅନନ୍ୟ ପଦକ୍ଷେପ ଆରମ୍ଭ କରିବା ସହିତ ଲୋକପ୍ରିୟ କଳାକାର ରୋହିତ କାଲେ ଙ୍କୁ ପରିଚିତ କରିବା ଲକ୍ଷ୍ୟ ରହିଛି l ଅନୁସନ୍ଧାନ-ଆଧାରିତ ସମସାମୟିକ ଚିତ୍ରକଳା ପୃଷ୍ଠଭୂମି ଏବଂ ନଟିଂହାମ୍ ଟ୍ରେଣ୍ଟ ୟୁନିଭରସିଟିର ଏକ MFA ସହିତ ରୋହିତ କାଲେ ଏହି କାର୍ଯ୍ୟକ୍ରମ ପାଇଁ ଏକ ନୂତନ ଦୃଷ୍ଟିକୋଣ ଆଣିଛନ୍ତି l ଦେଶର ସାଂସ୍କୃତିକ ଦୃଷ୍ଟିକୋଣ ଏବଂ ପରମ୍ପରାକୁ ଆଧାର କରି ରୋହିତ ଏକ କଳାତ୍ମକ ପରିବେଶ ବିକାଶ କରିଛନ୍ତି ଯାହା କଳାକୃତି ଓ ସୂକ୍ଷ୍ମ କଳାକୁ ନିରବଚ୍ଛିନ୍ନ ଭାବରେ ଏକ ନୂତନ ଦିଗକୁ ନେବ l ବେଲଗଡିଆ ପ୍ୟାଲେସ୍ ଓ ଏହାର ଜନକଲ୍ୟାଣ ବିଭାଗର ସହଭାଗିତା, କଳା ଏବଂ ସଂସ୍କୃତି ପ୍ରତି ମୟୂରଭଞ୍ଜ ଫାଉଣ୍ଡେସନ୍ ଏବଂ ବିଡସ୍ ର ସାମୂହିକ ପ୍ରତିବଦ୍ଧତାକୁ ସୂଚିତ କରିଛି l ମୟୂରଭଞ୍ଜ ଫାଉଣ୍ଡେସନ ଦୀର୍ଘ ଦିନ ଧରି ବେଲଗଡିଆ ପ୍ୟାଲେସର ସମୃଦ୍ଧ ଐତିହ୍ୟକୁ ବଞ୍ଚାଇ ରଖିବା ବ୍ୟତୀତ ବିଭିନ୍ନ କଳାତ୍ମକ ପ୍ରୟାସକୁ ସହଯୋଗ କରିଆସୁଛି ଓ ବିଡସ୍ ହେଉଛି ଭୁବନେଶ୍ୱର ସ୍ଥିତ ଏକ ଡିଜାଇନ୍ ଷ୍ଟୁଡିଓ ଯାହା ବହୁ ଚମତ୍କାର, ସମସାମୟିକ କଳା ଅନୁପ୍ରାଣିତ ଏବଂ ହସ୍ତଶିଳ୍ପ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟିଥିବା ପାଇଁ ରାଜ୍ୟରେ ଲୋକପ୍ରିୟ l ଏହି ଆବାସିକ କାର୍ଯ୍ୟକ୍ରମର କ୍ୟୁରେଟର, ଜୁଲିୟସ୍ ଦାସଙ୍କ କଥାରେ, “ଆମର ଲକ୍ଷ୍ୟ ହେଉଛି କଳାତ୍ମକ ସୃଜନଶୀଳ ପ୍ରକ୍ରିୟାଗୁଡ଼ିକୁ ପୁନଃ ନିର୍ମାଣ କରିବା, ନୂତନ ଚିନ୍ତାଧାରା ଅନୁସନ୍ଧାନ କରିବା ଏବଂ ସହଯୋଗକୁ ବୃଦ୍ଧି କରିବା । ଶିଳ୍ପ ଉଦ୍ୟୋଗଗୁଡିକ ଭବିଷ୍ୟତରେ ଆମର ଏହି ଉଦ୍ୟମକୁ ପ୍ରେରଣା ଦେବାର ଅପାର ସମ୍ଭାବନା ରଖିବେ ବୋଲି ଅନୁଷ୍ଠାନର ମାର୍କେଟିଙ୍ଗ ନିର୍ଦ୍ଦେଶିକା ମତ ଦିଅନ୍ତି l ରାଜ୍ୟ ତଥା ଦେଶର ବିଭିନ୍ନ ଭୌଗଳିକ ଏବଂ ଐତିହାସିକ ପୃଷ୍ଠଭୂମିରୁ କାରିଗର, ଡିଜାଇନର୍ ଏବଂ ଅନୁସନ୍ଧାନକାରୀ କଳାକାରମାନଙ୍କୁ ଏକତ୍ର କରି, ସେମାନଙ୍କ ପାଇଁ ଏକ ପ୍ରକୃଷ୍ଠ ସ୍ଥାନ ସୃଷ୍ଟି କରିବାକୁ ଲକ୍ଷ୍ୟ ରହିଛି ଯେଉଁଠାରେ କଳା, ହସ୍ତଶିଳ୍ପ, ଡିଜାଇନ୍ ଏବଂ ଅନୁସନ୍ଧାନ ଏକତ୍ର ହୋଇପାରିବ l ଲକ୍ଷ୍ୟ ହେଉଛି କଳା କ୍ଷେତ୍ରରେ ସୃଜନଶୀଳତାକୁ ପ୍ରଜ୍ୱଳିତ କରିବା, ବିବିଧତା ପାଳନ କରିବା ଏବଂ ନୂତନ ସମ୍ଭାବନା ପାଇଁ ରାସ୍ତା ଖୋଜିବା l ବେଲଗଡିଆ ପ୍ୟାଲେସର ନିର୍ଦ୍ଦେଶିକା, ଅକ୍ଷିତା ଭଞ୍ଜ ଦେଓ କହିଛନ୍ତି, “ରଜା ରାଜୁଡ଼ା ଯୁଗରୁ ଆଜି ପର୍ଯ୍ୟନ୍ତ, ମୟୂରଭଞ୍ଜ କଳା, ସଂସ୍କୃତି ଏବଂ ଏହାର ପ୍ରଚାର ପ୍ରସାର ପାଇଁ ସର୍ବଦା ତତ୍ପର ହୋଇଛି । ଭଞ୍ଜ ରାଜବଂଶର ଦୂରଦୃଷ୍ଟିସମ୍ପନ୍ନ ଶାସକମାନଙ୍କୁ ଅନୁକରଣ କରି ଆବାସିକ ଶୈଳୀ ମାଧ୍ୟମରେ କଳାକାରଙ୍କ ପୃଷ୍ଠପୋଷକତାର ଚିନ୍ତାଧାରାକୁ ପୁନର୍ଜୀବିତ କରିବା ସହ ପାରମ୍ପାରିକ କଳା ଓ ନୂତନ ଚିନ୍ତାଧାରା ଏବଂ ଏଥିରେ ନୂତନତ୍ୱ ଅନ୍ତର୍ଭୁକ୍ତ କରିବା ଅତି ଖୁସିର କଥା l ଆଶା ରହିଛି ଏହି ଅନନ୍ୟ କାର୍ଯ୍ୟକ୍ରମ ଲୋକାଭିମୁଖୀ ହେବ ଯାହା ଓଡ଼ିଶାର ଲୁପ୍ତକଳାକୁ ଜୀବନ୍ୟାସ ଦେବା ପାଇଁ ବହୁ ସର୍ବୋତ୍ତମ ଓ ସମସାମୟିକ କଳାକାରଙ୍କୁ ଏକାଠି କରିବ l

Leave a Reply

Your email address will not be published. Required fields are marked *