ନାବାଡ଼ ସହାୟତାରେ ନିର୍ମାଣଧିନ ରାସ୍ତାର ଉନ୍ନତିକରଣ

ଆଜି ପୁରୀ ସର୍କିଟ୍ ହାଉସ ଠାରେ ନାବାଡ଼ ସହାୟତାରେ ଗଡ଼ରୋଡଙ୍ଗ ସହରସାହି ଠାରୁ ଦଦରାକୁଣ୍ଡ,ଚଢେଇକୁଦୀ,ଗୋମଣ୍ଡି ଠାରୁ କହଳପଦା ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ପାଇଁ ୩କୋଟି ୪୯ ଲକ୍ଷ ଟଙ୍କା ବ୍ୟୟରେ ନାବାଡ଼ ସହାୟତାରେ ନିର୍ମାଣଧିନ ରାସ୍ତାର ଉନ୍ନତିକରଣ ପାଇଁ ଉପୁଜିଥିବା ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ ରାମ ପ୍ରସାଦ ଆଚାର୍ଯ୍ୟ, ଉପନିର୍ବାହୀ ଯନ୍ତ୍ରୀ ଶିବଶ୍ୟ ଦାସ,ବ୍ରହ୍ମଗିରି ତହସିଲଦାର କାହ୍ନୁଚରଣ ଘଡେ଼ଇ,ବ୍ରହ୍ମଗିରି ଭାରପ୍ରାପ୍ତ ଅଧିକାରୀ ମନୋଜ କୁମାର ଶତପଥୀ ପ୍ରମୁଖ ଯୋଗଦେଇଥିଲେ । ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା ସମସ୍ତ ସମସ୍ୟାର ସମାଧାନ କରି ରାସ୍ତାର ନିର୍ମାଣ କାର୍ଯ୍ୟ ଯୁଦ୍ଧ କାଳୀନ ଭିତରେ ଅଗ୍ରଗତି ଉପରେ ଗୁରୁତ୍ୱ ଦେଇଛନ୍ତି । ଏହି ବୈଠକରେ ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ କୈଳାସ ଚନ୍ଦ୍ର ପରିଡ଼ା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *