ତନ୍ମୟା ସାଜିଲେ ମଧୁସ୍ମିତା ଙ୍କ ଆଶା ବାଡି ।

..ଗୁଣ ଚିହ୍ନେ ଗୁଣିଆ ସୁନା ଚିହ୍ନେ ବଣିଆ।ଏ କଥା କହିଵାର ତାତ୍ପର୍ଯ୍ୟ ତନ୍ମୟା ଜଣେ ଭିନ୍ନକ୍ଷମ।ହେଲେ ସେ ଜଣେ ଭିନ୍ନକ୍ଷମ ହେଲେ ଵି ଆଜି ଆଉ ଜଣେ ଭିନ୍ନକ୍ଷମ ଭଉଣୀ କୁ ସାହାଯ୍ୟ ର ହାତ ଵଢାଇଵା ଘଟଣା ଆଜି ସମଗ୍ର ସମାଜ ପାଇଁ ଗୋଟିଏ ଉଦାହରଣ ସୃଷ୍ଟି କରିଛି।ନିଜେ ଗୋଟିଏ ଭିନ୍ନକ୍ଷମ ହେଲେଵି ଗୁଣ ଚିହ୍ନେ ଗୁଣିଆ ଭଳି ଆଉ ଗୋଟିଏ ଭିନ୍ନକ୍ଷମ ଭଉଣୀ ମଧୁସ୍ମିତା ସେ ଦେଖିଥିବା ସ୍ୱପ୍ନ କୁ କେମିତି ସାକାର କରିବେ ସେଥିପାଇଁ ସେ ନିଜର ମାନବିକତା ର ପରିଚୟ ଦେଇ ନିଜର ସାହାର୍ଯ୍ୟ ର ହାତ ବଢାଇଛନ୍ତି। ମଧୁସ୍ମିତା ସାହୁ ଙ୍କ ବାପା ଜଣେ ଗରିଵ। ହେଲେ ସେହି ଗରିଵ ବାପା ର ଝିଅ ଜଣେ ଏତେ ଆଗକୁ ଯାଇ ସବୁ ଭିନ୍ନକ୍ଷମ ଭାଇ ଓ ଭଉଣୀ ମାନଙ୍କ ପାଇଁ ଗୋଟିଏ ଆଦର୍ଶ ପାଲଟି ଵ ସେକଥା ନିଜର ଵାପା ଵି ଭାଵିପାରୁନାହାନ୍ତି। ଜୀବନ ରେ ସ୍ବପ୍ନ ସମସ୍ତେ ଦେଖନ୍ତି। ସ୍ବପ୍ନ ଦେଖିଵାର ଅଧିକାର ମଧ୍ୟ ସମସ୍ତ ଙ୍କର ଅଛି।ହେଲେ ସ୍ବପ୍ନ କୁ ପୂରଣ କରିଵା ଇଛାଶକ୍ତି ସମସ୍ତ ଙ୍କ ପାଖରେ ନ ଥାଏ। ଏମିତି ଏକ ଘଟଣା କ୍ରମରେ ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳର ଦିବ୍ୟାଙ୍ଗ ଯୁବତୀ ମଧୁସ୍ମିତା ସାହୁ, ସେ ଜନ୍ମରୁ ଭିନ୍ନକ୍ଷମ. ଭିନ୍ନକ୍ଷମ ହୋଇ ବି ଦୃଢ଼ ଇଚ୍ଛା ଶକ୍ତି ବଳରେ ସେ ଆଜି ସାରା ରାଜ୍ୟ ଓ ରାଜ୍ୟ ବାହାରେ ପରିଚିତ ହୋଇ ପାରିଛନ୍ତି.। ହୁଇଲ୍ ଚ୍ୟାୟାରରେ ବସି ମଧ୍ୟ ତାଙ୍କ ଖଡ୍ଗ ଚାଳନା ଅଦ୍ଭୁତ ।.ଅଲମ୍ପିକରେ ହୁଇଲ୍ ଚ୍ୟାୟରରେ ଫେନ୍ସି ପ୍ରତିଯୋଗିତାରେ ସେ ଜିତିଛନ୍ତି ଅନେକ ପଦକ. କିନ୍ତୁ ତାଙ୍କ ଅଭାବ ଅନାଟନ ସାଜିଛି ତାଙ୍କ ସଫଳତାର ବାଧକ. ଆଗକୁ ଥାଇଲାଣ୍ଡରେ ହେବାକୁ ଥିବା ଅନ୍ତର୍ଜାତୀୟ ହୁଇଲ୍ ଚ୍ୟାୟର୍ ଫେନ୍ସି ପ୍ରତିଯୋଗିତା,। ଯେଉଁଥିରେ ଭାଗ ନେବାକୁ ଯାଉଛନ୍ତି ମଧୁସ୍ମିତା. ପ୍ରବଳ ଇଚ୍ଛା ଥିଲେ ମଧ୍ୟ ଏଥିରେ ଭାଗ ନେବାକୁ ହେଲେ ଆବଶ୍ୟକ ସରଞ୍ଜାମ. ଯାହାର ମୂଲ୍ୟ 3.5 ଲକ୍ଷ ଟଙ୍କା. ମଧୁସ୍ମିତା ଘର ଲୋକମାନଙ୍କ ପାଖରେ ଏତେ ସମ୍ଭଳ ନ ଥିବାରୁ ତାଙ୍କ ବାପା ଏତେ ଟଙ୍କା ଆଣିବେ କେଉଁଠୁ. ଠିକ ଏହି ସମୟରେ ଭୁବେନେଶ୍ୱରର ଜଣେ ଦିବ୍ୟାଙ୍ଗ ଭଉଣୀ ତନ୍ମୟା ଚୌଧୁରୀ ଏବଂ ତାଙ୍କ ପରିବାର ଲୋକମାନେ ଆଜି ତାଙ୍କୁ ସେହି ଫେନ୍ସି କୀଟ ଭଦ୍ରକ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି।. ଆଉ ଆଗକୁ ବଢିବା ପାଇଁ ପ୍ରେରଣାଦାୟ ସାଜିଛନ୍ତି ଦିବ୍ୟାଙ୍ଗ ଭଉଣୀ ତନ୍ମୟା.। ଏହି ଫେନ୍ସି କୀଟ ପାଇ ସମସ୍ତଙ୍କୁ ଧନ୍ୟବାଦ ଦେବାସହ ଆଗକୁ କିପରି ଦେଶର ନାମ ରଖିବେ ସେ ନେଇ ଖୁସି ବ୍ୟକ୍ତ କରିଛନ୍ତି। ଭିନ୍ନକ୍ଷମ ହୁଇଲ୍ ଚ୍ୟାୟର ଖେଳାଳି ମଧୁସ୍ମିତା ।

Leave a Reply

Your email address will not be published. Required fields are marked *