ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଙ୍କ ଦ୍ୱାରା ପୁସ୍ତକ ଉନ୍ମୋଚିତ

ପୁରୀ ୨୫/୭ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଆଜି ଆଧ୍ୟାତ୍ମିକ ପୁସ୍ତକ ନିଳାଦ୍ରୀ ଭୂଷଣ ର ଉନ୍ମୋଚନ କରି ଛନ୍ତି।ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଙ୍କ କାର୍ଯ୍ୟାଳୟ ପରିସରରେ ଲେଖକ ଯାଜପୁର ଜିଲ୍ଲା ବରୀ ବ୍ଲକ ବାଲିଆ ହରିପୁରର ବେଣୁଧର ପତି ଓ ତାଙ୍କ ପତ୍ନୀ ଟୁନିବାଳା ପତି ଙ୍କ ଉପସ୍ଥିତିରେ ମୁଖ୍ୟ ପ୍ରଶାସକ ଶ୍ରୀ ଦାସ ଏହାକୁ ଉନ୍ମୋଚନ କରିବା ସହ ପ୍ରଭୁ ଙ୍କ ମହିମା ପ୍ରଚାର ପ୍ରସାର ଦିଗରେ ଏହା ସହାୟକ ହେବ ବୋଲି ଆଶା ପ୍ରକାଶ କରିଥିଲେ।ଏହି ଉନ୍ମୋଚନ ସମୟରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ବରିଷ୍ଠ ପତ୍ରକାର ତଥା ସମାଜସେବୀ ଆନନ୍ଦ ଚନ୍ଦ୍ର ସାହୁ,ଡଃ ପ୍ରଭଞ୍ଜନ ପତି, ଗଗନ ବିହାରୀ ଜେନା, ଶରତ କୁମାର ଜେନା (ଏକନ),ରମେଶ କୁମାର ପତି, ଚିତ୍ତ ରଞ୍ଜନ ପତି,ଜ୍ୟୋତି ରଞ୍ଜନ ପତି, ଶୁଭକାନ୍ତ ପତି ନିଳାଦ୍ରୀ ଭୂଷଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ମୁଖ୍ୟ ପ୍ରଶାସକଙ୍କୁ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର ଙ୍କ ଆବକ୍ଷ ପ୍ରତିମୂର୍ତ୍ତି ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *