ଜେ ଏସ ଡ ବ୍ଲୁ ଗ୍ରୁପର ପ୍ରତିଷ୍ଠାତା ସ୍ବର୍ଗତ ଓ ପି ଜିନ୍ଦଲଙ୍କ ୯୩ ତମ ଜୟନ୍ତୀ ପାଳିତ
ଜେ ଏସ ଡ ବ୍ଲୁ ଗ୍ରୁପର ପ୍ରତିଷ୍ଠାତା ସ୍ବର୍ଗତ ଓ ପି ଜିନ୍ଦଲଙ୍କ ୯୩ ତମ ଜୟନ୍ତୀ ପାଳିତ ଜଗତସିଂହପୁର- ପାରାଦୀପ _ ଜେ ଏସ ଡ ବ୍ଲୁ ଗ୍ରୁପର ପ୍ରତିଷ୍ଠାତା ଓ ପି ଜିନ୍ଦଲଙ୍କର ଆଜି ୭୩ ତମ ଜନ୍ମତିଥି ସ୍ଥାନୀୟ କାର୍ଯ୍ୟାଳୟ ପରିସରରେ ପାଳନ କରାଯାଇଛି। ଏହି ଅବସରରେ ଜେ ଏସ ଡ ବ୍ଲୁ ର ବରିଷ୍ଠ ଅଧିକାରୀ ଏନ୍ ପୁରୋହିତ,ଡି କେ ସିହ୍ନା ଙ୍କ ସହିତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ସ୍ବର୍ଗତ ଓ ପି ଜିନ୍ଦଲଙ୍କ ଫଟୋଚିତ୍ରରେ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।୧୯୩୦ ମସିହାରେ ଜନ୍ମ ଗ୍ରହଣ କରିଥିବା ଓ ପି ଜିନ୍ଦଲ ସାରା ଭାରତ ବର୍ଷରେ ଇସ୍ପାତ ଶିଳ୍ପ ଜଗତର ଜଣେ ଜଣାଶୁଣା ବ୍ୟକ୍ତିତ୍ବ। ତାଙ୍କର ସେହି ଯୁଗାନ୍ତକାରୀ ପଦକ୍ଷେପ ପାଇଁ ଆଜି ଜିନ୍ଦଲ ଗ୍ରୁପ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛି। ଏହି ଅବସରରେ ଜେ ଏସ ଡ ବ୍ଲୁ ର ସ୍ଥାନୀୟ ପାରାଦୀପ ସ୍ଥିତ ଜଟାଧାର ଭବନ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା। ଏଥି ସହିତ ସ୍ଥାନୀୟ ବାଲିଝରା ସ୍ଥିତ ମା ସନ୍ତୋଷୀ ଜରାଶ୍ରମରେ ଥିବା ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।ପରେ କାର୍ଯ୍ୟାଳୟର ସମସ୍ତ ଅଧିବାସୀ ଓ କର୍ମଚାରୀ ମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।
ଜଗତସିଂହପୁର ରୁ ରୀତା ସାହୁ
